ଭୁବନେଶ୍ବର : ଜ୍ୟରେ ଅସମ୍ଭାଳ ଖରା। ବିଶେଷକରି ପଶ୍ଚିମ ଓଡିଶାର ଅଧିକାଂଶ ସ୍ଥାନରେ ତାତି ବଢିବାରେ ଲାଗିଛି । ଝାରସୁଗୁଡ଼ାରେ ଗତକାଲି ସର୍ବାଧିକ ୪୦.୬ ଡିଗ୍ରୀ ତାତି ରେକର୍ଡ ହୋଇଥିଲା । ସେହିଭଳି ଟିଟିଲାଗଡ଼ରେ ୪୦ ଡିଗ୍ରୀ ପାରଦ ରହଥିଲା। ରାଜ୍ୟର ଅଧିକାଂଶ ସହରର ପାରଦ ୩୮ ଉପରେ ରହିଛି । ଆସନ୍ତା ତିନି ଦିନରେ ଖରା ଆହୁରି ବଢିପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।
ଆଜି ପାଇଁ ୪ ଜିଲ୍ଲାକୁ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗିଡିକ ହେଉଛନ୍ତି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂପୁର। ସେପଟେ କୋରାପୁଟ ଓ ମାଲକାନଗିରିକୁ ଝଡ଼ବର୍ଷା ଚେତାବନୀ ଦିଆଯାଇଛି। ଆସନ୍ତା ୬ ତାରିଖ ଯାଏ କାଳବୈଶାଖୀ ପ୍ରଭାବ ନେଇ ପାଣିପାଗ ବିଭାଗର ସତର୍କତା ଜାରି କରିଛି।
Comments are closed.