ମୟୂରଭଂଜ ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଘର ଉପୁଡ଼ିଲା ବଡ଼ ବଡ଼ ଗଛ

ଶ୍ୟାମାଖୁଣ୍ଟା ବ୍ଲକରେ ସର୍ବାଧିକ ପ୍ରଭାବ ।

ଶ୍ୟାମାଖୁଣ୍ଟା : ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ଶ୍ୟାମାଖୁଣ୍ଟା ବ୍ଲକ୍‌ ଅଞ୍ଚଳରେ ପ୍ରବଳ ପବନ ଓ ବଜ୍ରପାତ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି । କିଛି ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଛି । ଅନେକ ଘରର ଚାଳଛପର ଉଡିଯାଇଛି । କୁଟିଳାଘାଟି ପଞ୍ଚାୟତ କାକରପାଣି ଗାଁରେ ବଜ୍ରପାତ ଯୋଗୁଁ ୨ଟି ମଇଁଷି ଓ ୨ଟି ବାଛୁରୀର ମୃତ୍ୟୁ ହୋଇଛି । ବାଲିଡିହା ପଞ୍ଚାୟତ ଆମ୍ବଡାଳି ଗ୍ରାମରେ ଅନେକ ଲୋକଙ୍କ ଘରର ଚାଳଛପର ଉଡିଯିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି । ସେହିଭଳି ବେହେରା ସାହିରେ ୨ଜଣଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଖାଣ୍ଡିଆ ପଞ୍ଚାୟତରେ ୨ଟି ଘର ଏବଂ ଭାଲୁକି ପଞ୍ଚାୟତରେ ୪ଟି ଘରର ଛପର ଉଡ଼ିଯାଇଛି। ପ୍ରବଳ ପବନରେ ୨ଟି ଅଟୋ ରିକ୍ସା ଓଲଟି ପଡ଼ିଥିଲା । ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତିର ଆକଳନ କରିଛନ୍ତି ।

Comments are closed.