କେନ୍ଦୁଝର ବଡ଼ବିଲ ରେଞ୍ଜ କାଟାମାଟି ଖଣିରେ ୨୬ ଟିକିଆ ହାତୀପଲ

ବସ୍ତିରେ ଉତ୍ପାତ ପରେ ଲୋକେ ଆତଙ୍କିତ ।

ବଡ଼ବିଲ :  ଖଣିରେ ପଶିଲେ ହାତୀପଲ କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜର କାଟାମାଟି ଲୌହ ଖଣିରେ ୨୬ ଟିକିଆ ହାତୀ ପଲ ପଶିଛନ୍ତି। ଏହି ପଲରେ ୧୨ଟି ମାଇ, ୬ଟି ଦନ୍ତା ଓ ୮ଟି ଛୁଆ ହାତୀ ଅଛନ୍ତି । ହାତୀପଲ କାଟାମାଟି ଖଣିରେ ପଶିବା ପରେ ମୁର୍ଗା ବସ୍ତି ଭିତରେ ପଶି ଉତ୍ପାତ କରିଛନ୍ତି। ଏତେ ହାତୀଙ୍କୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଏପଟେ ଢେଙ୍କାନାଳ ଭୁବନ ସହର ଭିତରକୁ ପଶି ଆସିଲା ହାତୀ । ଆଜି ସକାଳୁ ସହର ଭିତରେ ହାତୀ ରାସ୍ତା ମଝିରେ ଚାଲି ଚାଲି ଯାଉଥିଲା । ହାତୀ କାହାରି କିଛି କ୍ଷତି କରିନଥିବା ଜଣାପଡିଛି। ବନବିଭାଗ ଟିମ୍ ପହଞ୍ଚି ହାତୀ ଘଉଡାଇବା ସହ ସହର ବାହାରକୁ ନେଇଯାଇଥିଲେ । ବ୍ରାହ୍ମଣୀ ନଦୀ କୁଳ ଆଡକୁ ନେଇ ହାତୀକୁ ଛାଡିଥିଲେ ବନବିଭାଗ କର୍ମଚାରୀ । ସହର ଭିତରେ ହାତୀକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା।

Comments are closed.