ଟି-୨୦ ବିଶ୍ୱକପ ଜିତିଲେ ମିଳିବ କେତେ ଟଙ୍କା? ଘୋଷଣା କଲା ଆଇସିସି

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ପୁରସ୍କାର ରାଶି ଘୋଷଣା କରିଛି ଆଇସିସି। ବିଜୟୀ ଦଳ ଠାରୁ ଆରମ୍ଭ କରି ରନର୍ସଅପ ଓ ଅନ୍ୟ ଦଳଗୁଡ଼ିକ କେତେ ଟଙ୍କା ଲେଖାଏ ପାଇବେ, ତା’ର ତାଲିକା ଆଇସିସି ଜାରି କରିଛି। ଅକ୍ଟୋବର ୧୬ ତାରିଖ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ୨ଟି ରାଉଣ୍ଡରେ ଖେଳାଯିବ ଓ ଏହା ନଭେମ୍ବର ୧୩ ଯାଏ ଚାଲିବ।

ନଭେମ୍ବର ୧୩ରେ ଖେଳା ଯିବାକୁ ଥିବା ଟି-ବିଶ୍ୱକପ ଫାଇନାଲରେ ଯେଉଁ ଦଳ ଜିତିବ, ତା’କୁ ୧.୬ ମିଲିୟନ ଡଲାର ବା ୧୩,୦୪,୯୭,୮୪୦ ଟଙ୍କା ମିଳିବ। ସେହିପରି ଗତବର୍ଷ ଭଳି ରନର୍ସ ଅପ ଟିମ୍‌କୁ ୮୦୦,୦୦୦ ଡଲାର ଦିଆଯିବ। ସେମି ଫାଇନାଲରେ ହାରିଥିବା ଦୁଇ ଦଳକୁ ୪୦୦,୦୦୦ ଡଲାର ଲେଖାଏ ପୁରସ୍କାର ବାବଦ ଅର୍ଥ ମଳିବ। ମୋଟ ଉପରେ ଆଇସିସି ୫.୬ ମିଲିୟନ ଡଲାରର ଆର୍ଥିକ ପୁରସ୍କାର ୧୬ଟି ଯାକ ଟିମକୁ ଦେବ ବୋଲି କହିଛି।

Comments are closed.