ରାଜସ୍ଥାନ : ରାଜସ୍ଥାନ ସିକରରେ ବନ୍ଦ ହେବ ଅଦିନିଆ ରଥଯାତ୍ରା। ବନ୍ଦ ନିର୍ଦ୍ଦେଶ ଦେଲେ ସିକର ଜିଲ୍ଲାପାଳ । ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ପୁରୀ ଶ୍ରୀମନ୍ଦିର ପ୍ରଶାସନର ଚିଠି ପରେ ସିକର ଜିଲ୍ଲାପାଳଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ। ବିଶ୍ୱ ସନାତନ ଧର୍ମ ସେବା ସଂସ୍ଥାନ ଓ ଶ୍ରୀ ଖଟୁ ଶ୍ୟାମ ମଣ୍ଡଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ଅସମୟ ରଥଯାତ୍ରା ରୋକିବାକୁ କୁହାଯାଇଛି।
ଆଜି ଅଦିନିଆ ରଥଯାତ୍ରା ପାଳନ ନେଇ ସାମାଜିକ ଗଣମାଧ୍ୟମ ଏବଂ ଖବରକାଗଜରେ ପ୍ରକାଶ ପାଇଥିଲା। ଏହାପରେ ରାଜସ୍ଥାନର ସିକର ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ ଶ୍ରୀମନ୍ଦିର ଉପ-ମୁଖ୍ୟ ପ୍ରଶାସକ। ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଅନୁରୋଧ କରିଥିଲେ। ଏହାପରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ସହ ଦୁଇଟି ସଂସ୍ଥାକୁ ଅସମୟରେ ରଥଯାତ୍ରା ନ କରିବାକୁ କୁହାଯାଇଛି। ଦନ୍ତାରାମଗଡ଼ ଉପଖଣ୍ଡ ଅଧିକାରୀଙ୍କୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେଇ ସୁନିଶ୍ଚତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।