ରାୟଗଡ଼ା : ରାୟଗଡ଼ା ଜିଲ୍ଲାର ନାଗାବାଳି ନଦୀକୁ ନେଇ ବିବାଦ। ନଦୀଗର୍ଭରେ ଏକ ପେପର୍ ମିଲ୍ ପକ୍ଷରୁ ବାଲିବସ୍ତା ପକାଯାଇ ଆଡିବନ୍ଧ ନିର୍ମାଣ ହେଉଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକ। ସେମାନଙ୍କ କହିବା ଅନୁସାରେ, ଆଡି ବନ୍ଧ ଦ୍ୱାରା ନଦୀର ସ୍ୱାଭାବିକ ଜଳପ୍ରବାହ ବାଧାପ୍ରାପ୍ତ ହେଉଛି, ତଳମୁଣ୍ଡ ଅଞ୍ଚଳକୁ ପାଣି ପହଞ୍ଚୁନାହିଁ ଏବଂ ଚାଷଜମି କ୍ଷତିଗ୍ରସ୍ତ ହେଉଛି। ପ୍ଲାଣ୍ଟରୁ ବିଷାକ୍ତ ଜଳ ନଦୀକୁ ଛଡ଼ାଯାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ସେମାନେ।
ଅନ୍ୟପଟେ ଉକ୍ତ ପେପର୍ ମିଲ୍ ସମସ୍ତ ଅଭିଯୋଗକୁ ଖଣ୍ଡନ କରି କହିଛି, କୌଣସି ବନ୍ଧ ନିର୍ମାଣ କରାଯାଉନାହିଁ, କେବଳ ପାଣି ପ୍ରବାହରେ ବାଧା ସୃଷ୍ଟି କରୁଥିବା ବାଲିକୁ ହଟାଯାଉଛି। ସେପଟେ ଘଟଣାକୁ ଗୁରୁତ୍ୱର ସହ ନେଇ ରାୟଗଡ଼ା ଉପଜିଲ୍ଲାପାଳ କହିଛନ୍ତି, ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ତଦନ୍ତ କରିବ। ଅଭିଯୋଗ ସତ ପ୍ରମାଣିତ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।
Comments are closed.