ଛେଳୀଗଡ ଜଳ ସଚେତନ ଥଇଥାନ ଓ ଉପାନ୍ତ ଅଞ୍ଚଳର ଉନ୍ନୟନ କମିଟି ର ୬ଷ୍ଟ୍ ତମ ବୈଠକ ରେ ଯୋଗଦେଲେ ମୋହନା ବିଧାୟକ

0

ଗଜପତି,୧୦.୭(ମନୋଜ ପାଢ଼ୀ) :– ଗଞ୍ଜାମ ଜିଲ୍ଲା ଛତ୍ରପୁର ଜିଲ୍ଲା ପରିଷଦ ଋଷିକୂଲ୍ୟା ବୈଠକ ଗୃହ ଠାରେ ଦକ୍ଷିଣ ଓଡ଼ିଶାର ଗଜପତି ଜିଲ୍ଲାରେ ଥିବା ଛେଳୀଗଡ ଜଳସେଚନ ପ୍ରକଳ୍ପ କୁନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପାନ୍ତ ଅଞ୍ଚଳରେ ଏହି ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସମଗ୍ର ଗଜପତି ଜିଲ୍ଲା ରେ ପାଣିର ଅଭାବ ରହିବ ନାହିଁ । ଏହି ବୈଠକ୍ ପୂର୍ବରୁ 5ଥର ହୋଇଥିଲେ ମଧ୍ୟ ଦୃତଗତି ରେ କାର୍ଯ୍ୟ ସରିନାହିଁ ।

ଆଗାମୀ ଦିନ ରେ କିଭଳି ସମ୍ପୂର୍ଣ ହେବ ସେନେଇ ଆଲୋଚନା ହୋଇଥିଲା । ଏହି ବୈଠକ ରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବ୍ରହ୍ମପୁର ସାଂସଦ ଡ: ପ୍ରଦୀପ ପାଣିଗ୍ରାହୀ, ପାରଳା ବିଧାୟକ ରୂପେସ ପାଣିଗ୍ରାହୀ, ମୋହନା ବିଧାୟକ ଦାଶରଥି ଗୋମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.