କଟକ : ବହୁ ଚର୍ଚ୍ଚିତ ପୋଲିସ ଏସ୍.ଆଇ. କେଳେଙ୍କାରୀ ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି। ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କୁ ମିଳିଛି ସାମୟିକ ଆଶ୍ୱସ୍ତି। ଅସୁସ୍ଥତା କାରଣରୁ ଅନ୍ତରୀଣ ଜାମିନରେ ଥିବା ମୁନା ମହାନ୍ତିଙ୍କ ଜାମିନ ଅବଧିକୁ ବଳବତ୍ତର ରଖିଛନ୍ତି ମାନ୍ୟବର ହାଇକୋର୍ଟ। ଶୁଣାଣି ସମୟରେ ମୁନାଙ୍କ ଚିକିତ୍ସା ସମ୍ପର୍କିତ ସମସ୍ତ ତଥ୍ୟ କୋର୍ଟରେ ଦାଖଲ କରିଛି ସିବିଆଇ। ଅନ୍ୟପଟେ ଅସ୍ତ୍ରୋପଚାର ସମ୍ପର୍କିତ ଏକ ସତ୍ୟପାଠ ଦାଖଲ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୩ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସେପର୍ଯ୍ୟନ୍ତ ମୁନା ମହାନ୍ତି ଜେଲ୍ ବାହାରେ ରହି ନିଜର ଚିକିତ୍ସା କରାଇପାରିବେ।
Sign in
Sign in
Recover your password.
A password will be e-mailed to you.
Comments are closed.