ନିର୍ବାଚନ ଫଳାଫଳ ପୂର୍ବରୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଲେ ହିମନ୍ତ ବିଶ୍ୱ ସର୍ମା

ଭୁବନେଶ୍ୱର : ଆସାମ ବିଧାନସଭା ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା।
ବୁଧବାର ଓଡ଼ିଶା ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ହିମନ୍ତ ବିଶ୍ୱ ସର୍ମା। ଏହି ସମୟରେ ସେ ଗଣମାଧ୍ୟମକୁ ବୟାନ ଦେଇ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ନିଜର ବୟାନ ଦେଇଥିଲେ। ସେ କହିଥିଲେ ଯେ, ରାହୁଲ ଗାନ୍ଧୀ ଜଣେ ପାଗଳ ବ୍ୟକ୍ତି। ଆପଣ ତାଙ୍କ ବିଷୟରେ କାହିଁକି ପଚାରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାସହ ସେ ଗୋଲଡେନ୍ ଭିସା ଅଭିଯୋଗର ଜବାବ ଦେଇଥିଲେ। ତେବେ ସେ ପୁରୀ ଗସ୍ତ ପରେ ପ୍ରଚାର ପାଇଁ କଲକାତା ଯିବେ ବୋଲି କହିଥିଲେ। ଆସାମରେ ବିଜେପିର ବିଜୟ ସୁନିଶ୍ଚିତ କରି ସେ କହିଥିଲେ ଆମେ ନିଶ୍ଚିତ ଭାବରେ ଆସାମରେ ସରକାର ଗଠନ କରିବୁ।

Comments are closed.