ବାଲେଶ୍ୱରରେ ସଦର ବିଜେଡି ପକ୍ଷରୁ ପାଳିତ ହେଲା ନବୀନଙ୍କ ୮୦ତମ ଜନ୍ମଦିନ

0
ବାଲେଶ୍ୱର, ୧୬/୧୦(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସଦର ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୮୦ତମ ଜନ୍ମଦିନ ଶୁକ୍ରବାର ରାଣୀପାଟଣାସ୍ଥିତ ଦୃଷ୍ଟିବାଧିତ ଶିଶୁଙ୍କ ବିଦ୍ୟାଳୟରେ ପାଳିତ ହୋଇଯାଇଛି। ଏହି ଅବସରରେ କେକ୍‌ କାଟିବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା।
କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନା ଓ ଜନକଲ୍ୟାଣମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିସହ ବିଦ୍ୟାଳୟର କୁନି କୁନି ପିଲାମାନେ ନବୀନ ପଟ୍ଟନାୟକଙ୍କ ଉପରେ ଆଧାରିତ ଏକ ସଙ୍ଗୀତ ପରିବେଷଣ କରିଥିଲେ।
ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଓ ସ୍ୱରୂପ କୁମାର ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୌର ଉପାଧ୍ୟକ୍ଷ କୈଳାଶ ଚନ୍ଦ୍ର ସେଠୀ, ଜିଲ୍ଲା ଉପସଭାପତି ରଞ୍ଜନ ବାଗ, ବିଜେଡି ଟାଉନ ସଭାପତି ମନୋଜ କୁମାର ରାଉତ, ଜିଲ୍ଲା ମହିଳା କାର୍ଯ୍ୟକାରୀ ସଭାପତି ମୀନା ମହାନ୍ତି, ଯୁବ କାର୍ଯ୍ୟକାରୀ ସଭାପତି ଭାରତ ଭୂଷଣ ଦାସ, କାଉନସିଲର ସେକ୍ ଆୟୂବ, କାର୍ତ୍ତିକ ସାହୁ, ଅର୍ପିତା ପ୍ରିୟଦର୍ଶିନୀ ପଟ୍ଟନାୟକ, ମୀତା ପଟ୍ଟନାୟକ, ସନ୍ଧ୍ୟାରାଣୀ ଜେନା, ସବିତା ଦାସ ଓ କବିତା ମୁର୍ମୁ ଉପସ୍ଥିତ ଥିଲେ।
ସେହିପରି ପୂର୍ବତନ କାଉନସିଲର ବିଶ୍ୱଜିତ ମହାପାତ୍ର ଓ ସେକ୍ ସାକୀର, ଟାଉନ ଉପସଭାପତି ରମେଶ ମାଝୀ ଓ ଅତୁଲ ଶତପଥୀ, ଟାଉନ ସମ୍ପାଦକ ନଳିନୀ ଦାସ, ଯୁବ ନେତା ସେକ୍ ଅନସର ଅଲ୍ଲୀ, ଭବାନୀ ପଣ୍ଡା, ଦେବାଶିଷ ଦାସ, ସୋନିଆ ମୁର୍ମୁ, ମିଥୁନ ଦାସ, କିଶୋର ରାଉତ ଓ ଅଶ୍ୱିନୀ ନାୟକଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
Leave A Reply

Your email address will not be published.