ଆତ୍ମସ୍ୱାଭିମାନ ର ମାର୍ମିକତା

0

ଆତ୍ମସ୍ୱାଭିମାନ ର ମାର୍ମିକତା
———————————–

ଅନ୍ତର୍ନିହିତ ଆବେଗ ର
ମାର୍ମିକ ଚିତ୍କାର,
ଶୃଙ୍ଖଳ ଛିନ୍ନ କରି
ଉନ୍ମୁକ୍ତ ହୋଇପାରେନା,
ସମାଜ ର କଟାକ୍ଷ
ରୂଢିବାଦୀ ବିଚାରଧାରା,
ଜୀବନ ବଞ୍ଚିବା ର ଆଶା କୁ
ତିଳ ତିଳ କରି ଶେଷ କରେ ।
ସ୍ୱପ୍ନିଳ ଆକାଂକ୍ଷା
ଆଜି ଉପହାସ କରେ,
କକ୍ଷବିଚ୍ୟୁତ ଗ୍ରହ ପରି
ବାସ୍ତବ ଅବସ୍ଥା କୁ ଦେଖି ।
କୃଷ୍ଣଚୂଡ଼ା ର ଗାଢ଼ ଲାଲ ରଙ୍ଗ
ଆଜି ଜୀବନ କୁ ଆଉ
ରଙ୍ଗାୟିତ କରୁନି,
ବାସ୍ତବତା ଏଠି ଅରୁଣିମା ର
ରକ୍ତିମ ଆଭା ପରି
ନିରନ୍ତର ବେଦନା ଜର୍ଜିତ ।
ସ୍ଥୂଳ ରୂପରେ ରୂପାନ୍ତରିତ
ଭାବନା ର ବିଶ୍ଳେଷଣ ଏଠି
ଅହଙ୍କାର ର ମର୍ଯ୍ୟାଦା ପାଏ,
ସଂକୀର୍ଣ୍ ମାନସିକତା ଆଉ ବିକୃତ
ଚିନ୍ତାଧାରା ବିବଶ କରେ
ଆତ୍ମ ସ୍ବାଭିମାନ କୁ ନୀରବି ଯିବାକୁ ।

ଶ୍ରୀମତୀ ସନ୍ଧ୍ୟାରାଣୀ ରାଉତ
ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ନୟାଗଡ
***********

Leave A Reply

Your email address will not be published.