ଭବାନୀପାଟଣା : କଳାହାଣ୍ଡି ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜ ଅନ୍ତର୍ଗତ କମର୍ଦ୍ଧା ଗାଁ ଠାରୁ ପ୍ରାୟ ୧ କିମି ଦୂରରେ ଏକ ଦନ୍ତା ହାତୀର ଗଳିତ ମୃତ ଦେହ ଠାବ ହେଇଛି।
ରବିବାର ସକାଳୁ ଗାଁ ଲୋକଙ୍କ ଠାରୁ ଖବର ପାଇ ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ହାତୀ ଟି କିପରି ମଲା ତାର କାରଣ ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ ଏହି ଅଞ୍ଚଳରେ ହାତୀପଲ ନିୟମିତ ଭାବେ ଯାତାୟାତ କରନ୍ତି। ଗତବର୍ଷ ଏହି ଅଞ୍ଚଳରେ ଟ୍ରେନ୍ ଚାପାରେ ଗୋଟିଏ ହାତୀ ମୃତ୍ୟୁବରଣ କରିଥିଲା।
Comments are closed.