ଚଳନ୍ତା ବସରୁ ବାହାରିଗଲା ଚକ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

0

ମୋହନା : ଚଳନ୍ତା ବସ୍ ରୁ ବାହାରିଗଲା ଚକ, ବଡ ଦୁର୍ଘଟଣାରୁ ବର୍ତ୍ତି ଗଲେ ୫୦ ଯାତ୍ରୀ l ଗଜପତି ମୋହନା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ଘଟିଛି ଏହି ଅଘଟଣ l ହରିହର ନାମକ ଘାରୋଇ ବସ୍ ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁର ଠାରୁ ବ୍ରାହ୍ମଣୀ ଗାଁ ଅଭମୁଖେ ଯାଉଥିଲା। ହଠାତ୍ ମୋହନା

ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ଡ଼୍ରାଇଭର ସାଇଡ୍ ଆଗ ଚକଟି ବାହାରି ଗଡି ଗଡି ଏକ ଦୋକାନ ଭିତରେ ପଶି ଯାଇଥିଲା l ଡ୍ରାଇଭର ଜଣଙ୍କ ବସ୍ ଟିକୁ ନିଜ ନିୟନ୍ତ୍ରଣକୁ ନେଇ ରାସ୍ତା କଡ଼କୁ ବସ୍ ଟିକୁ ରଖି ଦେଇଥିଲେ l ଫଳରେ ବଡ ଦୁର୍ଘଟଣା ରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଦୋକାନ ମାଲିକ ମଧ୍ୟ ଅଘଟଣରୁ ବର୍ତ୍ତି ଯାଇଛନ୍ତି l

Leave A Reply

Your email address will not be published.