ଥାନାରେ ମାମଲା ରୁଜୁ କଲେ ଓକିଲ, ଅଡୁଆରେ ଉର୍ଫି

ମୁମ୍ବାଇ: ଉର୍ଫି ଜାବେଦ ନିଜ ପୋଷାକକୁ ନେଇ  ଅନେକଥର ଟ୍ରୋଲ୍‌ର ଶିକାର ହୋଇସାରିଛନ୍ତି। ଏନେଇ ତାଙ୍କୁ କୌଣସି ଫରକ ପଡିନି କି ଆଗକୁ ପଡ଼ିବ ନାହିଁ ବୋଲି ସେ ଅନେକଥର ମିଡିଆ ସାମ୍ନାରେ କହିଛନ୍ତି।

ସମ୍ପ୍ରତି ଉର୍ଫି ସର୍ବଜନୀନ ସ୍ଥାନମାନଙ୍କରେ ଅଶ୍ଳୀଳତା ପ୍ରସାର କରୁଥିବା ନେଇ ମାମଲା ରୁଜୁ ହୋଇଛି। ଏନେଇ ସେ ଆଗକୁ ଅଡୁଆରେ ପଡିପାରନ୍ତି ବୋଲି କୁହାଯାଉଛି। ଉର୍ଫି ବିରୋଧରେ ମୁମ୍ବାଇର ଅନ୍ଧେରୀ ପୁଲିସ ଷ୍ଟେସନରେ ଗତ ଶୁକ୍ରବାର ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ଆଇନଜୀବୀ ଅଲି କାଶିଫ ଖାନ୍ ଦେଶମୁଖ ଗତ ଶୁକ୍ରବାର ଉର୍ଫିଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଉର୍ଫି ସାର୍ବଜନୀନ ସ୍ଥାନମାନଙ୍କରେ ଅବୈଧ ଓ ଅଶ୍ଳୀଳତାର ପ୍ରଚାର ପ୍ରସାର କରୁଛନ୍ତି। ଏହା ଅନ୍ୟମାନଙ୍କ ଉପରେ ଖରାପ ପ୍ରଭାବ ପକାଉଛି ବୋଲି ଓକିଲ  ନିଜ ଅଭିଯୋଗରେ କହିଛନ୍ତି। ଏନେଇ ଗତ ରବିବାର ପୁଲିସ ସୂଚନା ଦେଇଛି।

ଉର୍ଫି ପ୍ରତ୍ୟେକ ଥର ନିଜ ପୋଷାକ ସହ ଏକ୍ସପେରିମେଣ୍ଟ କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି। କିଛି ଦିନ ପୂର୍ବେ ଉର୍ଫି ଜାବେଦ୍ ସିମ୍ କାର୍ଡରେ ତିଆରି ପୋଷାକ ପିନ୍ଧିଥିବାର ନଜର ଆସିଥିଲେ। ଏଥିସହିତ ସେ ବ୍ଲେଡ, ସେଫଟିପିନ, ମାଳି ଓ ଖବରକାଗଜ ଆଦିରେ ବି ପୋଷାକ ତିଆରି କରି ପିନ୍ଧୁଥିବା ଦେଖିବାକୁ ମିଳିଛି। ଅନେକ ସମୟରେ ଉର୍ଫିଙ୍କ  ଫ୍ୟାସନକୁ ତାଙ୍କ ଫ୍ୟାନ୍ସମାନେ ବି ବୁଝି ପାରନ୍ତି ନାହିଁ। ଆଉ ଉର୍ଫିଙ୍କୁ ଟ୍ରୋଲର ଶିକାର ହେବାକୁ ପଡ଼ିଥାଏ। ଇତିମଧ୍ୟରେ ଉର୍ଫି  ଅନେକ ଥର ଟ୍ରୋଲର ଶିକାର ହୋଇସାରିଛନ୍ତି।

Comments are closed.