ଝିଅ ବିବାହ ପାଇଁ ରଖାଯାଇଥିବା ଗହଣା ଧରି ମା’ ପ୍ରେମିକ ସହ ଚମ୍ପଟ

ନୂଆଦିଲ୍ଲୀ: ଝିଅ ବିବାହକୁ କିଛି ଦିନ ବାକି ଥିବା ବେଳେ ମା’ ତାର ପ୍ରେମିକ ସହ ଚମ୍ପଟ ମାରିଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଝିଅ ବିବାହର ୧୦ଦିନ ପୂର୍ବରୁ ମା’ ତାର ପ୍ରେମିକ ସହ ଫେରାର ହୋଇଯାଇଛି। କେବଳ ଏତିକି ନୁହେଁ, ଫେରାର ହେବା ପୂର୍ବରୁ ସେ ଝିଅ ବିବାହ ପାଇଁ ଯୋଗାଡ଼ି ରଖିଥିବା ଗହଣା ସବୁକୁ ନେଇ ପଳାଇ ଯାଇଛି।

ସୂଚନାଯୋଗ୍ୟ, ମଙ୍ଗଲୋର କୋତବାଲି ଅଞ୍ଚଳରେ ଜଣେ ମହିଳା ରମା (ଛଦ୍ମନାମ) ନିଜର ଝିଅ ବିବାହ ପାଇଁ ପ୍ରସ୍ତୁତି କରୁଥିଲେ। ଏଭଳି ଖୁସିର ସମୟରେ ସେ ତାଙ୍କ ପ୍ରେମିକ ରାହୁଲ ସହିତ ଫେରାର ହୋଇଯାଇଥିଲେ। ଏଥିସହିତ ଘରେ ଥିବା ଲକ୍ଷାଧିକ ଟଙ୍କା, ସୁନାର ହାର ଓ ଚୁଡ଼ିକୁ ନେଇ ନେଇ ପଳାଇଥିଲେ। ଏଦୁହେଁ ଏକାଠି ଗୋଟିଏ କମ୍ପାନିରେ କାମ କରୁଥିବା ଜଣାପଡ଼ିଛି।

ପ୍ରକାଶିତ ରିପୋାର୍ଟ ମୁତାବକ, ମହିଳାଙ୍କ ସ୍ବାମୀଙ୍କ ଗୋଟିଏ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଯାଇଛି। ମହିଳାଙ୍କ ୩ଜଣ ସନ୍ତାନ ରହିଛନ୍ତି। ଆସନ୍ତା ଡିସେମ୍ବର ୧୪ରେ ତାଙ୍କ ବଡ଼ କନ୍ୟାଙ୍କ ବିବାହ ଥିବାରୁ ଘରେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ଧୀରେଧୀରେ ଅତିଥି ବି ଆସି  ଘରେ ପହଞ୍ଚି ଯାଇଥିଲେ। ଏଭଳି ସମୟରେ ଗତ ଶନିବାର ରାତିରେ ରମା ତାଙ୍କ ପରିବାରର ସମସ୍ତଙ୍କୁ ଛାଡ଼ି ତାଙ୍କ ପ୍ରେମିକ ସହ ଫେରାର ହୋଇଯାଇଥିଲେ। ଏନେଇ ପରିବାରଲୋକ ଅଭିଯୋଗ କରିବା ପରେ ପୁଲିସ ଫେରାର ଥିବା ରମା ଓ ରାହୁଲଙ୍କୁ ଧରିବାକୁ ଉଦ୍ୟମ କରୁଛି ବୋଲି କହିଛି।

Comments are closed.