ସ୍ୱାଧୀନ ଭାବେ ଲଢିବି: ବାଜପେୟୀଙ୍କ ଫଟୋ ରଖି ଭୋଟ ମାଗିବି

ଭୁବନେଶ୍ୱର: ବାଲେଶ୍ୱରରୁ ସ୍ୱାଧୀନ ଭାବେ ଲଢିବେ ଖାରବେଳ ସ୍ୱାଇଁ । ରବିବାର ବିଜେପି ଦଳରୁ ସାଂସଦ ପ୍ରାର୍ଥୀ ଭାବେ ପ୍ରତାପ ଷଡଙ୍ଗୀଙ୍କ ନାମ ଘୋଷଣା ହେବା ପରେ ସୋମବାର ସାମ୍ବାଦିକ ସମ୍ମିଳନୀ କରି ଏପରି କହିଛନ୍ତି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ । ଏହାସହିତ ସେ ବାଜପେୟୀଙ୍କ ଫଟୋ ରଖି ଭୋଟ୍‍ ଭିକ୍ଷା କରିବେ ବୋଲି କହିଛନ୍ତି । ୨୦୧୯ ନର୍ବାଚନରେ ଖାରବେଳ ସ୍ୱାଇଁ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବା ପରେ ପରାଜିତ ହୋଇଥିଲେ । ଚଳିତ ଥର ସେ କନ୍ଧମାଳରୁ ଲଢିବେ ନାହିଁ ବୋଲି ପୂର୍ବରୁ କହିଥିଲେ । ବାଲେଶ୍ୱର ପାଇଁ ସେ ଆଶାୟୀ ଥିବା କୁହାଯାଉଥିଲା । ତେବେ ପ୍ରାର୍ଥୀ ତାଲିବା ଆସିବା ପରେ ଦଳ ତାଙ୍କୁ ଟିକେଟ ଦେଇନଥିବାରୁ ସେ ସ୍ୱାଧୀନ ଭାବେ ଲଢିବେ ବୋଲି କହିଛନ୍ତି ।

Comments are closed.