ବିଜେଡି ଛାଡିଲେ ଆଉ ଜଣେ ପୂର୍ବତନ ବିଧାୟକ

ଭୁବନେଶ୍ୱର: ବିଜେଡି ଛାଡିଛନ୍ତି ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ଦଳରେ ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରି ନିଜର ଇସ୍ତଫା ପତ୍ର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି ପୂର୍ଣ୍ଣଚନ୍ଦ୍ର । ୨୦୦୯ ଓ ୨୦୧୪ରେ ବିଜେଡିରୁ ନିର୍ବାଚନ ଲଢି ଦୁଇ ଥର ବିଧାୟକ ହୋଇଥିଲେ ପୂର୍ଣ୍ଣଚନ୍ଦ୍ର । କୌଣସି କାରଣ ପାଇଁ ୨୦୧୯ରେ ବିଜେଡିରୁ ଟିକେଟ ପାଇନଥିଲେ । ଟିକେଟ ପାଇଥିବା ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଥିଲେ । ଏହାପରେ ବି ଦଳରେ ଅଣଦେଖା କରାଗଲା । ଏଥିପାଇଁ ସେ ଇସ୍ତଫା ଦେଇଥିବା କହି ଛନ୍ତି ।

Comments are closed.