ଜନ୍ମମାଟିରେ ପହଞ୍ଚିଲା ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର

କେନ୍ଦୁଝର: ଜନ୍ମମାଟିରେ ପହଞ୍ଚିଲା ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର। ଆଜି ଗାଁ ଶ୍ମଶାନରେ ହେବ ଅନ୍ତିମ ସଂସ୍କାର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ। ସୁଶାନ୍ତଙ୍କ ପାର୍ଥିବ ଶରୀର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ପହଞ୍ଚିବା ପରେ ବିଶାଳ ଶୋଭାଯାତ୍ରରେ ନିଜ ଗାଁକୁ ନିଆଯାଇଥିଲା। ସେଠାରେ ବୀର ଯବାନ ସୁଶାନ୍ତଙ୍କ ଶେଷ ଦର୍ଶନ କରିଛନ୍ତି ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ଏହାସହ କାନ୍ଦବୋବାଳିରେ ଫାଟି ପଡୁଛି ପୂରା ଗାଁ। ପରିବାର ଲୋକେ ଓ ଗ୍ରାମବାସୀ ସୁଶାନ୍ତଙ୍କୁ ମନେ ପକାଇ ଝୁରି ହେଉଛନ୍ତି। ଗତକାଲି ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ହୁସିପିରେ ନକ୍ସଲଙ୍କ ଆକ୍ରମଣରେ ସୁଶାନ୍ତ ସହିଦ ହୋଇଥିଲେ। ଯବାନମାନେ କମ୍ବିଂ ସାରି ଫେରୁଥିବା ସମୟରେ ନକ୍ସଲମାନେ ଆମ୍ବୁସ ଲଗାଇ ଆକ୍ରମଣ କରିଥିଲେ। ତାଙ୍କ ଛାତିରେ ଗୁଳି ବାଜିଥିଲା।

Comments are closed.