କଲକାତା : ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସର ପାବନ ସନ୍ଧ୍ୟାରେ ଲୋକାର୍ପିତ ହେଲା ମାସିକ ଇ- ପତ୍ରିକା “ସୂର୍ଯ୍ୟପ୍ରଭା” ର ଦ୍ଵିତୀୟ ବର୍ଷ ଦ୍ଵିତୀୟ ଅଙ୍କ । ଶ୍ରୀ ଶ୍ରୀ ଜଗନ୍ନାଥାଷ୍ଟକ ପାଠ କରି ଉତ୍ସବର ଶୁଭାରମ୍ଭ କରିଥିଲେ ସମ୍ପାଦକ ଡା ବାମନ ଚନ୍ଦ୍ର ଦୀକ୍ଷିତ। ବିଶିଷ୍ଟ କବି ଶ୍ରୀ ବିପିନ ବାରିକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବହୁ ସ୍ୱନାମଧନ୍ୟ କବି , କବୟିତ୍ରୀ ଏବଂ ସାହିତ୍ୟକାରଙ୍କ ଉପସ୍ଥିତି ସଭାକୁ ଶୋଭା ମଣ୍ଡିତ କରିଥିଲା । ଡା ବାମନ ଚନ୍ଦ୍ର ଦୀକ୍ଷିତ ସୂର୍ଯ୍ୟପ୍ରଭା ଏବଂ ଉତ୍କଳ ବିଳାସ ର ସଫଳ ଯାତ୍ରା ପାଇଁ ସମସ୍ତ କବି ସାହିତ୍ୟିକ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ , ଉପସ୍ଥିତ ସମସ୍ତ କବି କବୟିତ୍ରୀମାନଙ୍କ ଉପସ୍ଥିତିକୁ ପ୍ରଣାମ ପୂର୍ବକ “ସୂର୍ଯ୍ୟପ୍ରଭା”ର ଲୋକାର୍ପଣ ସମ୍ପନ୍ନ ହେଲା । ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ଥିଲା ନିଳାଦ୍ରୀ ପ୍ରସାଦ ମହାନ୍ତିଙ୍କ ଦ୍ୱାରା କଳ୍ପିତ ସୂର୍ଯ୍ୟପ୍ରଭାର ଆକର୍ଷକ କଳେବର ।ତତ୍ ପଶ୍ଚାତ ବିଶିଷ୍ଟ କବୀ କଳ୍ପନା ମିଶ୍ରଙ୍କ ପରିଚାଳନାରେ କବିତା ଆସର ଆରମ୍ଭ ହୋଇଥିଲା । କବିତା ଆସରରେ ବିଶିଷ୍ଟ କବି ବାଣୀଶ୍ରୀ ପ୍ରଭାତ କୁମାର ଆଚାର୍ଯ୍ୟ , କୂଳମଣୀ ଷଡଙ୍ଗୀ , ଡା ଚିତ୍ତରଞ୍ଜନ କୁଣ୍ଡୁ , ନୀଳାଦ୍ରି ପ୍ରକାଶ ମହାନ୍ତି , ବରୁଣ କୁମାର ଦାସ , କାଶୀନାଥ ପଣ୍ଡା , ହେମନ୍ତ ବରାଇ , ଡ଼.ବାମନ ଚନ୍ଦ୍ର ଦୀକ୍ଷିତ ଏବଂ ବିଶିଷ୍ଟ କବୟିତ୍ରୀ କଳ୍ପନା ମିଶ୍ର , ମଧୁସ୍ମିତା ମହାପାତ୍ର , ସୁବାସିନୀ ଦାଶ , ଜୟନ୍ତୀ ନାୟକ , ସ୍ନେହସ୍ମିତା ମଲ୍ଲିକ , ମଞ୍ଜୁଲତା ସିଂହ , ଅସୀମା ଖୁଣ୍ଟିଆ ,ଆରତୀ ଦାଶ ଏବଂ ନିରୂପମା ପାଣି ସ୍ୱରଚିତ କବିତା ପାଠ କରିଥିଲେ । ବରିଷ୍ଠ କବି ବିପିନ ବାରିକଙ୍କ ସମୀକ୍ଷା ସମସ୍ତଙ୍କୁ ବିମୋହିତ କରିଥିଲା । ଧନ୍ୟବାଦ ଅର୍ପଣ ଅବସରରେ ବରୁଣ କୁମାର ଦାସ ପତ୍ରିକାର ମିଡିଆ ପ୍ରଚାରର ମହତ୍ୱପୂର୍ଣ ଯୋଗଦାନ ରହିଛି ବୋଲି କହିଥିଲେ । ସମସ୍ତଙ୍କ କରତାଳି ଧ୍ୱନୀରେ ସମ୍ବର୍ଦ୍ଧିତ କରାଯାଇଥିଲା ବିଭିନ୍ନ ସମ୍ବାଦ ପତ୍ରର ସମ୍ପାଦନା ମଣ୍ଡଳୀ ଏବଂ କବି ତଥା ଯୋଗ ପ୍ରଶିକ୍ଷକ ସନାତନ ମହାକୁଡ଼ଙ୍କୁ । ବାମନ ଚନ୍ଦ୍ର ଦୀକ୍ଷିତ ଆଗାମୀ ଜାନୁଆରୀ ୧୮ କୁ ଅନୁଷ୍ଠିତ ହେବାକୁ ଯାଉଥିବା “ଉତ୍କଳ ବିଳାସ” ର ଲୋକାର୍ପଣ ପର୍ବର ସଫଳତା ପାଇଁ ସମସ୍ତଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ପରିଶେଷରେ ଶାନ୍ତି ପାଠ କରି ସଭା ସମାପ୍ତ କରାଯାଇଥିଲା । ରିପୋର୍ଟ-ସନାତନ ମହାକୁଡ଼।
Comments are closed.