କଟକ : ଆଗାମୀ ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ରାଜନୈତିକ ଦଳ ଗଠିତ ହେବ। ଏଇ ୧୨ ତାରିଖରେ ଏହାର ମୂଳଦୁଆ ପଡ଼ିବ। ଆଜି ଏନେଇ ସୂଚନା ଦେଇଛନ୍ତି କଂଗ୍ରେସରୁ ବହିଷ୍କୃତ ନେତା ମହମ୍ମଦ ମୋକିମ୍। ସେ ଆହୁରି କହିଛନ୍ତି, ଭୁବନେଶ୍ବରରେ ୧୨ ତାରିଖରେ ଯୁବ ସମାବେଶ ହେବ। ଏଥିରେ ଉପକୂଳ ଓଡ଼ିଶାର ବହୁ ଯୁବନେତା ସାମିଲ ହେବେ। ସେଥିରେ ଓଡ଼ିଶାର ଭବିଷ୍ୟତ ନେଇ ଆଲୋଚନା ହେବ। ପରେ ମହିଳା ଓ ଚାଷୀ ସମବେଶ ହେବ। ନୂଆ ରାଜନୈତିକ ସମୀକରଣ ପାଇଁ ଆଲୋଚନା ଚାଲିଛି ଓ ବିଭିନ୍ନ ଲୋକଙ୍କ ପରାମର୍ଶ ଲୋଡ଼ାଯାଉଛି।
Comments are closed.