ହଠାତ୍‌ ଟାୟାର ହେଲା ବ୍ଲାଷ୍ଟ, ଘାଟିରେ ଓଲଟି ପଡିଲା ଲୁହା ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ…

0

ମୋହନା,୬।୮ (ମନୋଜ ପାଢ଼ୀ): ଗଜପତି ଜିଲା ମୋହନା ବ୍ଲକ ଖାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମଦଳି ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଟ୍ରକ୍‌ଟିର ଟାୟାର ବ୍ଲାଷ୍ଟ ହୋଇଯିବାରୁ ଚାଳକ ଭାରସାମ୍ୟ ରକ୍ଷା କରିପାରିନଥିଲେ ଏବଂ ଦୁର୍ଘଟଣା ଘଟିଥିଲା। ଫଳରେ ୩୨୬ ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ବେଳେ ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି।ସୂଚନା ଅନୁଯାୟୀ, ଲୁହା ସାମଗ୍ରୀ ବୋଝେଇ ଟ୍ରକ୍‌ଟି ବ୍ରହ୍ମପୁରରୁ ରାୟଗଡ଼ା ଅଭିମୁଖେ ଯାଉଥିବାବେଳେ ଖାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମଦଳି ଘାଟିରେ ହଠାତ୍‌ ଟାୟାର ବ୍ଲାଷ୍ଟ ହୋଇଥିଲା। ଏହାପରେ ଚାଳକ ଟ୍ରକ୍‌କୁ ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ରାସ୍ତା ମଝିରେ ଓଲଟି ପଡ଼ିଥିଲା। ଫଳରେ ରାୟଗଡ଼ା ବ୍ରହ୍ମପୁର ଜାତୀୟ ରାଜପଥରେ ଉଭୟ ଦିଗର ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ଏବଂ ଘଟଣାସ୍ଥଳର ଉଭୟ ପାର୍ଶ୍ୱରେ ଶତାଧିକ ଛୋଟ ଓ ବଡ଼ ଗାଡ଼ି ଅଟକି ରହିଛି। ଖବରପାଇ ଅଡବା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌କୁ ହଟାଇବା ସହ ଯାତାୟାତ ସ୍ବାଭାବିକ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇଥିବାର ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ ।

Leave A Reply

Your email address will not be published.