ଦାମୀକାରରୁ ଜବତ ହେଲା ବିପୁଳ ପରିମାଣର ଦେଶୀ ମଦ।

0

ଗଜପତି,୧୦.୧୦( ମନୋଜ କୁମାର ପାଢୀଙ୍କ ରିପୋର୍ଟ):– ଗଜପତି ଜିଲ୍ଲାରେ ଚୋରା ମଦ କାରବାର ଉପରେ ଅବକାରୀ ବିଭାଗର ଦୃଢ କାର୍ଯ୍ୟାନୁଷ୍ଠାନ। ରାୟଗଡ଼ ବ୍ଲକ ଅନ୍ତର୍ଗତ ପରିଶଲ ଗ୍ରାମରୁ ଖଜୁରୀପଦା ଅଭିମୁଖେ ଯାଉଥିବା ବେଳେ ଏକ ଦାମୀ କିଆ କାର (ଓଡି୦୨ସିଜି ୬୯୯୭)କୁ ଅଟକାଇ ୨୩ ଗୋଟି ପ୍ଳାଷ୍ଟିକ କ୍ୟାନରେ ଥିବା ୪୬୦ ଲାଟର ଦେଶୀ ରନ୍ଧା ମଦକୁ ଅବକାରୀ ବିଭାଗ ଜବତ କରିଛି। ଏହି ମଦ ଚାଲାଣରେ ବ୍ୟବହୃତ କାର୍‌କୁ ଜବତ କରାଯିବା ସହ ପରିଶଲ ଗ୍ରାମର ଗାଗାନ ଗମାଙ୍ଗ ନାମକ ବ୍ୟକ୍ତିକୁ ଗିରଫ କରାଯାଇଥିବା ବେଳେ ଗାଡ଼ି ଚାଳକ ଫେରାର ହୋଇଯାଇଥିବା ଅବକାରୀ ନୀରିକ୍ଷକ ତିରୁପତି ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି। ଜିଲ୍ଲାରେ ବେଆଇନ ମଦ ପ୍ରସ୍ତୁତି ଓ ଚାଲାଣ ରୋକିବା ଦିଗରେ ଅବକାରୀ ବିଭାଗର ଏଭଳି କାର୍ଯ୍ୟାନୁଷ୍ଠାନ ମଦ ଚୋରା କାରବାର କରୁଥିବା ଲୋକଙ୍କ ମନରେ ଭୟ ସଞ୍ଚାର କରିଛି।ଏହି ଘଟଣାରେ ଆଉ କେଉଁମାନଙ୍କର ସଂପୃକ୍ତି ରହିଛି ତାହାର ଅନୁସନ୍ଧାନ ଜାରି ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.