ସୁବର୍ଣ୍ଣପୁର ଜିଲ୍ଲାରେ ବାଘ ଶିକାର ଘଟଣାରେ ଫରେଷ୍ଟର ନିଲମ୍ବିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଳୁଣ୍ଡା ବାନାଞ୍ଚଳର ବାଘପାଲିରେ କଲରାପତରିଆ ବାଘ ଶିକାର ଘଟଣାରେ କାର୍ଯ୍ୟରେ ଅବହେଳା ଯୋଗୁଁ ଆଜି ଉଲୁଣ୍ଡା ଫରେଷ୍ଟର ପ୍ରସନ୍ନ ନାଏକ ଙ୍କୁ ନିଲମ୍ବିତ କରାଯାଇଛି। ସୁବର୍ଣ୍ଣପୁର ଡି ଏଫ୍ ଓ ଏହି ସୂଚନା ଦେଇଛନ୍ତି । ପୂର୍ବରୁ ଜଣେ ବନରକ୍ଷୀ ବଳରାମ ନାଏକ ମଧ୍ୟ ଏହି ଘଟଣା ରେ ନିଲମ୍ବିତ ହୋଇଥିଲେ । ଗତ ୧୩ ତାରିଖ ଉଲୁଣ୍ଡା ବନାଞ୍ଚଳ ବାଘପାଲି ଚାନ୍ଦିଲି ଜଙ୍ଗଲରୁ ଏକ କଲରାପତରିଆ ବାଘର ଗଳିତ ଶବ ମିଳିଥିଲା । ବାଘଟିକୁ ପ୍ରାୟ ପାଞ୍ଚ ଦିନ ପୂର୍ବରୁ ଶିକାର କରାଯାଇଥିବା ସୂଚନା ମିଳିଥିଲା । ଘଟଣା ସ୍ଥଳରୁ ନଖ, ଦାନ୍ତ ଏବଂ ପଞ୍ଜା ନେଇ ଅପରାଧୀମାନେ ଫେରାର ହୋଇଯାଇଥିଲେ । ପରେ ବନବିଭାଗ ଘଟଣା ର ଅନୁସନ୍ଧାନ କରି ସ୍ଥାନୀୟ ଅଞ୍ଚଳ ର ୬ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣା ରେ ବନ ବିଭାଗ କର୍ମଚାରୀଙ୍କ ଅବହେଳାରୁ ବାଘ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇ ଥିବା ବେଳେ ଫରେଷ୍ଟର ଏବଂ ପରେଷ୍ଟଗାଡ ଙ୍କ ଉପରେ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଛି । ଏବେ ବି ଅନେକ ଅଭିଯୁକ୍ତ ଫେରାର ରହିଥିବା ବେଳେ ଏ ପର୍ଯ୍ୟନ୍ତ ବାକି ୧୦ଟି ନଖ ବନବିଭାଗ ଉଦ୍ଧାର କରିବାରେ ବିଫଳ ହୋଇଛି ।

Comments are closed.