ସୁବର୍ଣ୍ଣପୁରରେ ଉତ୍ସବମୁଖର ହୋଇଉଠିଛି ମାଁ ଗଜଲକ୍ଷ୍ମିଙ୍କ ଭଶାଣି ଉତ୍ସବ

ସୁବର୍ଣ୍ଣପୁର: ପବିତ୍ର କୁମାରପୂର୍ଣ୍ଣିମା ଠାରୁ ମାଁ ଗଜଲକ୍ଷ୍ମୀଙ୍କ ପୁଜାଆରଧନା ଦିର୍ଘ ୯ଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଥିବା ବେଳେ ଏବେ ର୍ମାଁଙ୍କୁ ଦିଆଯାଇଛି ମେଲାଣୀ ।ସୁବର୍ଣ୍ଣପୁର ସହରର ଘୋଡାଘାଟ ପଡାରେ ପାଳିତ ହୋଇଥିବା ଗଜଲକ୍ଷ୍ମୀ ପୁଜାରେ ଦେବୀ ମାଁ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ସୋନପୁର ଘୋଡାଘାଟପଡା ଗଜଲକ୍ଷ୍ମୀପୁଜାର ୫୨ ତମ ପୁଜା ଅନୁଷ୍ଠିତ ହୋଇଥିବା ବେଳେ ଭଷାଣୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।ମାଁଙ୍କ ଏକ ବିରାଟ ଶୋଭାଯାତ୍ରା ଘୋଡାଘାଟପଡା ପୂଜା ମଣ୍ଡପରୁ ବାହାରି ମଝିପଡା, ଗଡଭିତର, ଟିକିରିପଡା, ବଡବଜାର ଆଦି ଦେଇ ମହାନଦୀର କଦମ୍ବପଡାଘାଟରେ ପହଂଚିଥିଲା ।ସେଠାରେ ମାଁଙ୍କୁ ଭସାଣି କରାଯାଇଥିଲା । ଏଥର ମାଁଙ୍କ ଶୋଭାଯାତ୍ରାରେ ପଶ୍ଚିମ ଓଡିଶାର ପାରମ୍ପାରିକ ନୃତ୍ୟ ବାଦ୍ୟ ସହ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ରେକଡ ଡେନ୍ସ, ବଲାଙ୍ଗିରର ପ୍ରସିଦ୍ଧ ଘଂଟ ବାଦ୍ୟ ବରଗଡର ଦୁଲଦୁଲି ବାଦ୍ୟ ସହିତ କୋରାପୁଟ, କଳାହାଣ୍ଡି ଆଦି ଜିଲ୍ଲାରୁ ପ୍ରାୟ ୧୦ଟିରୁ ଉର୍ଦ୍ଧ୍ୱ ସାଂସ୍କୃତିକ ଦଳ ଏହି ଶୋଭାଯାତ୍ରାରେ ଯୋଗଦେଇ ସହରପରିକ୍ରମା କରିଥିବା ବେଳେ ଦର୍ଶକ ବେଶ ଖୁସି ଥିବା ସହିତ ଆୟୋଜକ ମଣ୍ଡଳି ମଧ୍ୟ ଭସାଣି ଶୋଭାଯାତ୍ରାକୁ ବେଶ ଉପଭୋଗକରିଥିବା ଦେଖାଦେଇଛି ।ଚଳିତ ବର୍ଷ ଘୋଡାଘାଟପଡା ଗଜଲକ୍ଷ୍ମୀ ପୂଜା ସୁବର୍ଣ୍ଣଜୟନ୍ତି ପାଳନ କରୁଥିବା ବେଳେ ଏନେଇ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ବଡ ଧୁମଧାମରେ ମାଁଙ୍କୁ ମେଲାଣି ଦିଆଯାଇଥିଲା ା

Comments are closed.