ସୁବର୍ଣ୍ଣପୁର ରେ ଉଦଯାପିତ ହୋଇଯାଇଛି ଜାତୀୟ କ୍ରିଡା ଉତ୍ସବ ।

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ ସାତ ଦିନ ଧରି ପାଳିତ ହେଉଥିବା ଜାତୀୟ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ସାତ ଦିନ ଧରି ସାରା ଜିଲ୍ଲାରେ ବିଭିନ୍ନ ପ୍ରକାଳ ଖେଳକୁଦ ପ୍ରତିଯୋଗୀତା ହୋଇଥିବା ବେଳେ ଜିଲ୍ଲାସାରା ଖେଳର ବାତାବରଣ ସୃଷ୍ଟି ହୋଇଥିଲା ।ଶେଷ ଦିନରେ ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଉଭୟ ପୁରୁଷ ଓ ମହିଳା ଦଳ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ହକି ମ୍ୟାଚ ସ୍ଥାନୀୟ କଲେଜ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମ୍ୟାଚର ଶୁଭାରମ୍ଭ କରିଥିବା ବେଳେ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ପରେ ପରେ ସ୍ଥାନୀୟ ଟାଉନ ହଲ ଠାରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ଅର୍ଥ ଓ ସଂସଦିୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୁଝାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥଇବା ବେଳେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବୋଲୀ ସୁନୀଲ ନରଓ୍ବେଣେ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡାଙ୍କ ସହିତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଏଭଳି ପ୍ରତିଯୋଗୀତାରେ ଭାଗ ନେଇ ଖେଳାଳୀମାନେ ବେଶ୍ ଉତ୍ସାହିତ ଥିବା ବେଳେ ଜିଲ୍ଲା ପ୍ରଶାସନର ଏଭଳି ଉଦ୍ୟମକୁ ପ୍ରଶଂସା କରିଥିଲେ । ତେବେ ରାଜ୍ୟ ସରକାର ଏବେ ଖେଳ ପ୍ରତି ବିଶେଷ ଗୁରୁତ୍ବ ଦେଉଥିବା ବେଳେ ବିଶେଷ କରି ହକି ଖେଳକୁ ଅଧିକ ପ୍ରତ୍ସାହନ ଦେଉଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାରେ ହକି ଦଳର ଖେଳାଳୀ ଆଗାମୀ ଦିନରେ ନିଶ୍ଚିତ ଭାବେ ଜାତୀୟ ଆର୍ନ୍ତର୍ଜାତୀୟ ସ୍ତରରେ ହକି ଖେଳରେ ଭାଗ ନେଇ ପାରିବେ ବୋଲି ଆଶା ବାନ୍ଧିଛନ୍ତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ।

Comments are closed.