ବିଦ୍ୟୁତ ଆଘାତରେ ଯୁବକ ମୃତ ।

ସୁବର୍ଣ୍ଣପୁର : ବିଦ୍ୟୁତ ଆଘାତରେ ଯୁବକର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଶିବଶଙ୍କରପଡାରେ ଘଟିଛି ଅଘଟଣ । ପୁରୁଣା ଘର ଭାଙ୍ଗିବାବେଳେ ଲାଗିଗଲା ବିଦ୍ୟୁତ ତାର । ମୃତ ଯୁବକ ଜଣକ ହେଲେ ମାଲିପଡାର ଯତନ ସେଠୀ । ସୁଚନା ଅନୁସାରେ ତରଭା ସହରର ଶିବଶଙ୍କରପଡାରେ ଜଣେ ବ୍ୟକ୍ତିଙ୍କ ଘର ମରାମତି କାମ କରିବାକୁ ଯାଇ ବିଦ୍ୟୁତ ଆଘାତରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ । ଯତନ ଶାବଳ ମାରୁଥିବାବେଳେ ଘର ଉପରେ ଯାଇଥିବା ୧୧ କେଭି ତାର ତାଙ୍କ ଦେହରେ ଲାଗିଯାଇଥିଲା । ଫଳରେ ଘଟଣା ସ୍ଥଳରେ ସେ ପଡିଯାଇଥିଲେ । ତୁରନ୍ତ ତାଙ୍କୁ ତରଭା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘଷୋଣା କରିଥିଲେ । ବିଦ୍ୟୁତ ବିଭାଗର ବେପାରୁଆ ପରିଚାଳନା ପାଇଁ ଏକ ମୁଲ୍ୟବାନ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି ।

Comments are closed.