ଆଜି ୨୭୪ ଅଧ୍ୟାପକଙ୍କୁ ନିଯୁକ୍ତି ଦେବେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର : ଆଜି ରାଜ୍ୟର ଅନୁଦାନପ୍ରାପ୍ତ ବିଭିନ୍ନ ଡିଗ୍ରି କଲେଜରେ ୨୭୪ ଜଣ ଅଧ୍ୟାପକ ନିଯୁକ୍ତି ପାଇବେ । ରାଜ୍ୟର ବିଭିନ୍ନ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜଗୁଡିକରେ ଖାଲି ଥିବା ଶିକ୍ଷକ ଓ ଅଣଶିକ୍ଷକ ପଦ ପୂରଣ ପାଇଁ ଉଚ୍ଚଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରୁଛି । ନିକଟରେ ୩୩୪ ଅଣିଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିବା ବେଳେ ଆଜି ଅଧ୍ୟାପକ ନିଯୁକ୍ତି ପାଇବେ । ନିଯୁକ୍ତି ପାଇବାକୁ ଥିବା ୨୭୪ ଅଧ୍ୟାପକ ରାଜନୀତି ବିଜ୍ଞାନ, ଇଂରାଜୀ ଓ ଗଣିତ ବିଭାଗରେ ନିଯୁକ୍ତି ପାଇବେ । ଅପରାହ୍ଣ ୫ଟା ୩୦ରେ ଲୋକସେବା ଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇ ନବ ନିଯୁକ୍ତ ଅଧ୍ୟାପକଙ୍କୁ ଦିଗଦର୍ଶନ ଦେବେ ।

Comments are closed.