ବୌଦ୍ଧ ମାହେଶ୍ୱରୀ ମହାବିଦ୍ୟାଳୟ ର ଛାତ୍ରୀ ନିଖୋଜ।

0

ବୌଦ୍ଧ : ବୌଦ୍ଧ ଜିଲ୍ଲା ବାଉଁସୁଣୀ ଥାନା ଅତନ୍ତର୍ଗତ ବିହିରା ଗ୍ରାମ ର ସୁଧାଂଶୁ ବାରିକ ଙ୍କ ଝିଅ ସୃପ୍ତି ବାରିକ ବୟସ 16, ମାହେଶ୍ୱରୀ ମହାବିଦ୍ୟାଳୟର ଯୁକ୍ତ 2 ( କଳା )ର ଛାତ୍ରୀ ଅଟନ୍ତି, ତାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ସେ ଘରୁ ବାହାରି କଲେଜ ଯିବାକୁ ବସଷ୍ଟାଣ୍ଡ କୁ ଆସି ବସ ଯୋଗେ କଲେଜ କୁ ଆସିଥିଲେ, କଲେଜ ରୁ ଘରକୁ ନ ଫେରିବାରୁ ବନ୍ଧୁ ବାନ୍ଧବ, ସାଙ୍ଗ ସାଥୀଙ୍କୁ ପଚାରି ବୁଝିଲା ପରେ ଝିଅର କୌଣସି ଖବର ମିଳି ପାରୁ ନାହିଁ,

ସେ ସବୁ ଆଡୁ ନିରାଶ ହେବା ପରେ ବାଉଁସୁଣୀ ଥାନର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି, ପୂର୍ବରୁ ବୌଦ୍ଧ ଜିଲ୍ଲାରୁ ବହୁତ ନାବାଳିକା ଚାଲାଣ ନଜରୀ ଥିବାରୁ ପରିବାର ଲୋକଙ୍କ ସନ୍ଧ୍ୟାହ ବଢ଼ିବାରେ ଲାଗିଛି, ଉକ୍ତ ଘଟଣା କୁ ବୌଦ୍ଧ ପୋଲିସ ପ୍ରଶାସନ ଗୁରୁତର ସହ ନେବାକୁ “ସୃପ୍ତି ” ଙ୍କ ପରିବାର ଓ ଅଞ୍ଚଳ ବାସି ଦାବି କରିଛନ୍ତି।

Leave A Reply

Your email address will not be published.