ବନ୍ୟାବିପନ୍ନଙ୍କୁ ଶ୍ରୀରାମ ଫାଉଣ୍ଡେସନର ସହାୟତା

0

ପଟ୍ଟାମୁଣ୍ଡାଇ ତା ୨୭/୮-ଚଳିତ ବର୍ଷ ବ୍ରାହ୍ମଣୀ ନଦୀର ପ୍ରଳୟଙ୍କରୀ ବନ୍ୟାରେ ସମଗ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ନାହିଁ ନଥିବା କ୍ଷତି ଘଟିଥିବାବେଳେ ନଦୀ ନାଳ ଘେରା ଶ୍ରୀରାମପୁର ପଞ୍ଚାୟତ ବିଶେଷ ଭାବେ କ୍ଷତି ଗସ୍ତ ହୋଇଛି I ଦୀର୍ଘ ୧୫ଦିନ ଧରି ଲୋକମାନେ ବନ୍ୟା ଘେର ରେ ଥିବାବେଳେ ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ ହୋଇଛି I ଏଭଳି ସଂଗୀନ ସ୍ଥିତି ରେ ଶ୍ରୀରାମ ଫାଉଣ୍ଡେସନର ଅଧ୍ୟକ୍ଷ ସମାଜସେବୀ ଉତ୍ତମ୍ ଖୁଣ୍ଟିଆଙ୍କ ନିର୍ଦ୍ଦେଶରେ ପ୍ରେମ ରଞ୍ଜନ ପଣ୍ଡା ସଂଗ୍ରାମ ପାତ୍ର ତପନ ପଣ୍ଡା,ବିପିନ ସେଠୀ ହେମନ୍ତ ପଣ୍ଡା ଗଜେନ୍ଦ୍ର ପଣ୍ଡା ରଶ୍ମି ରଞ୍ଜନ ପଣ୍ଡା ଧିରେନ ସାହୁ ସୁଦର୍ଶନ ପରିଡା ପ୍ରଶାନ୍ତ ସାହୁ ଅଭୟ ସାହୁ ପ୍ରବୀଣ ରାଉତ ସତ୍ୟ ରଞ୍ଜନ ବେହେରା ପ୍ରଶାନ୍ତ ଷଢଙ୍ଗୀ, ଦୁର୍ଯ୍ୟୋଧନ ପରିଡା ବିଚିତ୍ର ମଲିକ ପ୍ରମୁଖ ଫାଉଣ୍ଡେସନର ବହୁ ସଦସ୍ୟ ସଦସ୍ୟ ଦୀର୍ଘ ୫ଦିନ ଧରି ସମଗ୍ର ପଞ୍ଚାୟତର ଘରକୁ ଘର ବୁଲି ଲୋକମାନଙ୍କୁ ଅତ୍ୟାବଶ୍ୟକୀୟ ରାସନ ସାମଗ୍ରୀ ସହିତ ପାନୀୟ ଜଳ ଆଦି ବଣ୍ଟନ କରିଥିଲେI ଏଥି ସହିତ ବନ୍ୟା ଘେରରେ ଥିବା ଲୋକମାନଙ୍କ ଅଭାବ ଅସୁବିଧା ବୁଝିବା ସହ ବିପନ୍ନଙ୍କୁ ୧୫ଦିନ ରିଲିଫ ଓ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ଦୃଢ଼ ଦାବି କରାଯାଇଛି I. ବନ୍ୟା ପରିସ୍ଥିତି ସମୟ ରେ କୁମ୍ଭୀର ଓ ସରୀସୃପଙ୍କ ଭୟ କୁ ଖାତିର୍ ନକରି ପ୍ରବଳ ବର୍ଷା ସତ୍ତ୍ୱେ ଶ୍ରୀରାମ ଫାଉଣ୍ଡେସନର ଏଭଳି ସେବା କାର୍ଯ୍ୟକ୍ରମକୁ ସାଧାରଣ ରେ ଭୂୟସୀ ପ୍ରଶଂସା କରାଯାଇଛି

Leave A Reply

Your email address will not be published.