ବାହ୍ୟ ଜଗତରୁ ବିଛିନ୍ନ ବାଛରା ପଂଚାୟତ ବିପନ୍ନଙ୍କୁ ସରୋଜିନୀ ସାମଲ ସ୍ମୃତି ସଂସଦ ସହାୟତା

 ପଟ୍ଟାମୁଣ୍ଡାଇ୨୭/୮:  ଚଳିତ ବ୍ରାହ୍ମଣୀ ନଦୀର ତୃତୀୟ ବନ୍ୟା ପଟ୍ଟାମୁଣ୍ଡାଇ ବ୍ଲକ ବାଛରା ପଞ୍ଚାୟତ ବାହ୍ୟଜଗତରୁ ବିଛିନ୍ନ ହୋଇ ଦୀର୍ଘ ୧ମାସ ଧରି ବନ୍ୟା ଘେରରେ ରହିଛି I କଷଣଅଣ୍ଟା ହାଇସ୍କୁଲ ଠାରୁ ସଂଯୋଗକାରୀ ରାସ୍ତାର ଉଚ୍ଚତା ମାତ୍ର ୩ ଫୁଟI ଯାହାଫଳରେ ସାମାନ୍ୟ ବନ୍ୟାରେ ରାସ୍ତା ବୁଡିବା ସହିତ ଲୋକମାନେ ଗୃହବନ୍ଦୀ ହୋଇ ପଡୁଛନ୍ତି I ଏହି ରାସ୍ତା ଉଚ୍ଚା କରିବାକୁ ଦୀର୍ଘ ଦିନ ହେବ ବିଭାଗୀୟ କର୍ତୃପକ୍ଷଙ୍କ ନିକଟରେ ପଂଚାୟତବାସୀ ଦାବି କରି ଆସୁଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ I ବନ୍ୟା ବିତ୍ପାତ ଯୋଗୁଁ ଏହି ପଞ୍ଚାୟତର ଖଟିଖିଆ – ଦିନ ମଜୁରିଆ ପରିବାର ବହୁ କଷ୍ଟରେ ଦିନ କାଟୁଛନ୍ତି I ବିଶେଷକରି ଗରିବ ଦଳିତ ଲୋକମାନେ ବହୁ ହୀନସ୍ତା ହେଉଛନ୍ତି I ଏଭଳି ଦୁଃ ସମୟରେ ସରୋଜିନୀ ସାମଲ ସ୍ମୃତି ସଂସଦ ସହାୟତାର ହାତ ବଢ଼ାଇଛି। ମୁଖ୍ୟ ଉପଦେଷ୍ଟା ବର୍ଷିଆନ ସମାଜସେବି ବରାହ ଚରଣ ସାମଲ, ସମ୍ପାଦକ ସାମ୍ବାଦିକ ଚିତ୍ତ ରଞ୍ଜନ ମଲ୍ଲିକ, ସୁବ୍ରତ ସାମଲ, ସତ୍ୟବ୍ରତ ସାମଲ, ସଂଯୋଜକ ଯୁବ ସମାଜସେବୀ ସଂଗ୍ରାମ ସାମଲ, ମଦନ ସାମଲଙ୍କ ତତ୍ୱାବଧାନରେ ବନ୍ୟା ବିପନ୍ନ ପରିବାରକୁ ଅଟା, ଚୁଡା, ଚିନି, ସୁଜି, ବିସ୍କୁଟ, ଅମୁଲ, ଚା ପତି, ପିଇବା ପାଣି, ମହମବତୀ, ମସାଧୁପ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଛି।

Comments are closed.