ଶ୍ରଦ୍ଧାଙ୍କ ପ୍ରତି ଭଲପାଇବା ନଥିଲା, ହତ୍ୟା କରିବା ପରେ ତାକୁ ହତ୍ୟା କରିଥିଲି: ଅଫତାବ

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲାରେ ପ୍ରତିଦିନ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସଛି। ପ୍ରତିଦିନ ଭିନ୍ନ ଭିନ୍ନ ତଥ୍ୟ ପୁଲିସକୁ ଦେଉଛି ଶ୍ରଦ୍ଧାଙ୍କ ପ୍ରେମିକ ଅଫତାବ ପୁନାୱାଲା। ହେଲେ ଏବେ ଯାଏ ଶ୍ରଦ୍ଧାଙ୍କ ଶରୀରର ସବୁ ଖଣ୍ଡ ପୁଲିସକୁ ମିଳିନଥିବା ବେଳେ ଅଫତାବ କେତେ ସତ ଏବଂ କେତେ ମିଛ କହୁଛି, ତାହା ଜାଣିପାରୁନାହିଁ ପୁଲିସ। ଆଗକୁ ଅଫତାବର ମିଛଧରା ପରୀକ୍ଷା ହେବାକୁ ଥିବା ବେଳେ ଏବେ ଅଫତାବ ଆଉ ଏକ ଖୁଲାସା କରିଛି।

ଅଫତାବ କହିଛି ଯେ, ଶ୍ରଦ୍ଧାଙ୍କ ସହ ପ୍ରେମ ସମ୍ପର୍କରେ ରହିବା ପରେ ଧିରେ ଧିରେ ତାଙ୍କ ପ୍ରତି ମୋର ଭଲପାଇବା କମିଥିଲା। ମୁଁ ତାଙ୍କୁ ଘୃଣା କରିବା ଆରମ୍ଭ କରିଥିଲି। ଏହି କାରଣରୁ ତାଙ୍କୁ ମୁଁ ହତ୍ୟା କରିଥିଲି। ହତ୍ୟା ପରେ ମେ’ ୨୩ରେ ମୁଁ ପୂରା ଫ୍ଲାଟ ଚେକ୍ କରିଥିଲି। ମୋ ପାଖରେ ଥିବା ତାଙ୍କର ସବୁ ଫଟୋ ମୁଁ ଜାଳିଦେଇଥିଲି। ଆମ ଶୋଇବା ଘରେ ୩ଟି ବଡ଼ ଫଟୋ ଲାଗିଥିଲା। ଦୁଇଟି ଫଟୋ ଶ୍ରଦ୍ଧାଙ୍କ ଉତ୍ତରାଖଣ୍ଡ ଯାଇଥିବା ବେଳର ହୋଇଥିବା ବେଳେ ତୃତୀୟଟି ମୋ ସହ ଥିଲା। ଆମେ ମୁମ୍ବାଇରେ ଉଠାଇଥିବା ଫଟୋକୁ ଶ୍ରଦ୍ଧା କାନ୍ଥରେ ଲଗାଇଥିଲେ। ମୁଁ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଏହି ୩ଟି ଫଟୋକୁ ଭାଙ୍ଗି ଜାଳି ଦେଇଥିଲି।

Comments are closed.