ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ସ୍ମୃତିଚାରଣ ସଭା ଆୟୋଜିତ

0

ଭୁବନେଶ୍ୱର : ମାଷ୍ଟର ଗିରିଜା ମେମୋରିଆଲ ରୋଡ୍ ସେଫ୍ଟି ଫାଉଣ୍ଡେସନ୍ ଟ୍ରଷ୍ଟ, ଚଣ୍ଡି ପ୍ରସାଦ ଫାଉଣ୍ଡେସନ ଟ୍ରଷ୍ଟ ଓ ଉତ୍କଳ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ (ଉସାକା)ର ମିଳିତ ସହଯୋଗ କ୍ରମେ ଦିବଂଗତ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ସ୍ମୃତିଚାରଣ ହୋଇଛି । ରବିବାର ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ଲାସ କ୍ୟାଣ୍ଟିନ୍ ପରିସରରେ ଆୟୋଜିତ ଏହି ସ୍ମୃତିଚାରଣ ସଭାରେ ଉସାକା ସଭାପତି ସରୋଜ କୁମାର ଦାଶ ଅଧକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରାମଜୀବନ ଗୋଚ୍ଛାୟତ, ସମ୍ବିତ ବେହେରା, ଆର୍ଜେ ଆରାଧନା ସେନାପତି, ଉସାକା କାର୍ଯ୍ୟକାରୀ ଅଧକ୍ଷ ଡ.ପ୍ରକାଶ ତ୍ରିପାଠୀ, ଗିରିଜା ଫାଉଣ୍ଡେସନ ମୁଖ୍ୟ ଅଧ୍ୟାପିକା ଅମୀୟବାଳା ପରିଡ଼ା, ସାଗର ଦାସ, ରୋଜା ଘୋଷ, ଦୀନବନ୍ଧୁ ପତି, ସ୍ୱୀକୃତି ମିଶ୍ର, ସୁଧାକର ସେଠି, କେଶବ ପାଣି, ସତ୍ୟଜିତ ରାଉତ, ସୁମନ୍ତ ବେହେରା, ସୁଶ୍ରୀ ଶୁଭାଙ୍ଗି, ଅମନ ଆୟୁଷ୍ମାନ ଦାସ ପ୍ରମୁଖ ଯୋଗ ଦେଇ ଶିଲାଙ୍କ ସ୍ମୃତିଚାରଣ କରିଥିଲେ । ମହିଳା ସାମ୍ବାଦିକତା କ୍ଷେତ୍ରରେ ଶିଲା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ଭଳି ସାମ୍ବାଦିକା ବି ବିରଳ, ତେଣୁ ତାଙ୍କ ଭଳି ସାମ୍ବାଦିକା ଆଉ ଆସିବେନି ବୋଲି ବକ୍ତାମାନେ କହିଥିଲେ ।

Leave A Reply

Your email address will not be published.