ଶିକ୍ଷକ ଅଭାବ ଘଟଣାର ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ ।

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଘଟଣାର ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ । କଖାରୁଣୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩୫୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଏହି ସ୍କୁଲରେ ପ୍ରଥମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୯ଟି ଶ୍ରେଣୀ ରେ ମାତ୍ର ୪ ଜଣ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ପାଇଛନ୍ତି। ଯାହାଫଳରେ ପାଠାପଢାରେ ବ୍ୟାଘାତ ସୃଷ୍ଟି ହେଉଥିବା ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ସରକାରୀ ସ୍କୁଲରେ ପାଠ ପଢିବାକୁ ରାଜ୍ୟ ସରକାର ବିଭିନ୍ନ ମାଧ୍ୟମରେ ପ୍ରଚାର ପ୍ରସାର କରୁଥିଲେ ମଧ୍ୟ ତାହାର କିଛି ସୁଫଳ ମିଳୁନାହିଁ ।

ପ୍ରଧାନ ଶିକ୍ଷକଙ୍କୁ ଛାଡି ୩ଜଣ ଶିକ୍ଷକ ୩ଟି ଶ୍ରେଣୀ ରେ ପାଠ ପଢାଉଥିବାବେଳେ ବାକି ୬ଟି ଶ୍ରେଣୀର ପିଲାମାନେ ଖେଳରେ ବ୍ୟସ୍ତ ରହୁଛନ୍ତି । ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ଅଜୟ କୁମାର ସାହୁ ଏବଂ କଖାରୁଣୀ ଗ୍ରାମବାସୀ ବାରମ୍ବାର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ । ଏହାର ପ୍ରତିବାଦ ରେ ଆଜି ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ବର୍ଜନ କରିବା ସହିତ ସ୍କୁଲରୁ ମିଳିଥିବା ଡ୍ରେସକୁ ଫେରାଇ ଦେଇଛନ୍ତି ।

Comments are closed.