ଭୟଙ୍କର ଅଗ୍ନିକାଣ୍ଡ ; ହୁତୁହୁତୁ ହୋଇ ଜଳିଲା ୧ ନମ୍ବର ହାଟ

ଭୁବନେଶ୍ୱର : ପୁଣି ରାଜଧାନୀ ଭୁବନେଶ୍ୱରର ୟୁନିଟ୍ ୧ ନମ୍ବର ହାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଜଳିଗଲା ଅନେକ ଦୋକାନ। ବିଦ୍ୟୁତ୍‌ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହାଟ ଭିତରେ ଥିବା ଏକ ଗ୍ରୋସରୀ ଦୋକାନରେ ଏହି ନିଆଁ ଲାଗିଥିଲା। ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀର ୨ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ପୂର୍ବରୁ ମଧ୍ୟ ୧ ନମ୍ବର ହାଟରେ ନିଆଁ ଲାଗି ପ୍ରାୟ ୪୦ରୁ ଅଧିକ ଦୋକାନ ଜଳି ଯାଇଥିଲା।

Comments are closed.