ଶାଶୁଙ୍କ ମୃତ୍ୟୁ ପରେ ବୋହୂ ଜଣକ ଡାକ୍ତରଖାନା ଶଯ୍ୟାରେ ଆଖିବୁଜିବା ଘଟଣା ଦୁଃଖଦ ପରିବେଶ ସୃଷ୍ଟି କରିଛି।

0

ବାଲେଶ୍ବର : ବାଲେଶ୍ବର ଜିଲା ନୀଳଗିରି ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଶାଶୁଙ୍କ ମୃତ୍ୟୁ ପରେ ବୋହୂ ଜଣକ ଡାକ୍ତରଖାନା ଶଯ୍ୟାରେ ଆଖିବୁଜିବା ଘଟଣା ଦୁଃଖଦ ପରିବେଶ ସୃଷ୍ଟି କରିଛି। ନୀଳଗିରି ଏନ୍ଏସି ୨ନଂ ୱାର୍ଡ ଅଧୀନ ଘାଟଘରସାହି ଅଞ୍ଚଳର ଧର୍ମପ୍ରାଣା ଉତ୍ତରା ଜେମାଦେବୀ(୮୮)ଙ୍କ ରକ୍ତହୀନତା ପାଇଁ ତାଙ୍କୁ ପରିବାର ଲୋକେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୀର୍ଘ ଦିନ ଧରି ସେ ସେଠାରେ ଚିକିତ୍ସା ହେଉଥିବା ବେଳେ ତାଙ୍କ ବୋହୂ ସୁସ୍ମିତା ଜେମାଦେବୀ(୫୪) ଦେଖାଶୁଣା କରୁଥିଲେ।

ଗତ ରବିବାର ରାତି ପ୍ରାୟ ୧୦ଟାରେ ଶାଶୁଙ୍କର ଦେହାନ୍ତ ହୋଇଥିଲା। ସେପଟେ ପ୍ରତିଦିନ ଡାକ୍ତରଖାନାରେ ଶାଶୁଙ୍କ ସେବା କରୁଥିବା ବୋହୁ ଜଣକ ଏହି ଦୁଃଖଦ ଖବର ଶୁଣି ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଅନ୍ୟଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ହୃଦଘାତରେ ତାଙ୍କର ପରଲୋକ ଘଟିଛି। ଏହି ଖବର ନୀଳଗିରିରେ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.