ଓଡ଼ଗାଁ,୨୩/୦୨(ନି.ପ୍ର):ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ କୁରାଳ ପଞ୍ଚାୟତର ଲୋକପ୍ରିୟ ସରପଞ୍ଚ ବିଜନ୍ ପାଇକରାୟ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀଙ୍କୁ କେତେ ଯେ ଭଲପାଆନ୍ତି ତା’ର ଏକ ନମୁନା ଦେଖିବାକୁ ମିଳିଛି ସ୍ଥାନୀୟ ସରକାରୀ ଉ.ପ୍ରା.ବିଦ୍ୟାଳୟ, ଦଣ୍ଡୋରଠାରେ।ଗତ ଓଡ଼ଗାଁ ମହୋତ୍ସବରେ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉଦ୍ୟମରେ ଶ୍ରୀ ରାମାଭିଷେକ ନୄତ୍ୟାଭିନୟ ପରିବେଷଣ କରି ପ୍ରଥମ ସ୍ଥାନ ଅଧିକାର କରିବା ପରେ ଖୁସିରେ ବିଭୋର ହୋଇଯାଇଥିଲେ ସରପଞ୍ଚ।ତେଣୁ ପିଲାମାନଙ୍କ ଏହି ସଫଳତା ପାଇଁ ସେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କମିଟି ସଦସ୍ୟ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆଜି ଏକ ଭୋଜିର ଆୟୋଜନ କରିଥିଲେ।ଅଭିନୟ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ, କମିଟି ସଭାପତି,ସଭ୍ୟସଭ୍ୟା,ମୋ ସ୍କୁଲ ସଭାପତି ଓ ସରପଞ୍ଚଙ୍କ ସମେତ ଜିଲ୍ଲା ପରିଷଦ ଜୋନ୍ ୧ ସଭ୍ୟା ଝିଲି ପ୍ରଧାନ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.