ଅନ୍ତର୍ଜାତିୟ ମାତୃଭାଷା ଦିବସ ଅନୁଷ୍ଠିତ l

କଲିକତା (21/2) :ଅନ୍ତର୍ଜାତିୟ ମାତୃଭାଷା ଦିବସ ଉପଲକ୍ଷ୍ଯେ ରାମନଗର କଲେଜ ସହ ବାଲିସାହି, ପୂର୍ବ ମେଦିନୀପୁର, ପଶ୍ଚିମ ବଙ୍ଗର ଶ୍ରେୟଶୀ ସାହିତ୍ୟ ପରିବାରର ବଳିଷ୍ଠ ଉଦ୍ୟମରେ ଏକ ସ୍ବତନ୍ତ୍ର ଆଲୋଚନା ,ପୁସ୍ତକ ଉନ୍ମୋଚନ ଏବଂ ବହୁଭାଷୀ ଅନଲାଇନ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଆସରରେ ଓଡ଼ିଆ, ବଙ୍ଗଳା, ହୀନ୍ଦୀ ସମ୍ବଲପୁରୀ, ଗୁଜରାଟୀ ଏବଂ ଇଂରାଜୀ ଭାଷାରେ ଲିଖିତ ସ୍ବରଚିତ କବିତାମାନ ପାଠ କରାଯାଇଥିଲା । ଆମେରିକାରୁ ଅନ ଲାଇନରେ ଉପସ୍ଥିତ ଥିବା ତନ୍ଦ୍ରା ମିଶ୍ର ନିଜ ଜୀବନ, ଲେଖା , ଓଡ଼ିଆ ଭାଷା , ସାହିତ୍ୟ ଓ ମାଟି ସହ ନିଜ ସଂପର୍କ ବିଷୟରେ ଅନେକ କଥା କହିଥିଲେ । ଏହି ଆସରରେ ଓଡ଼ିଶାରୁ ଅଂଶ ଗ୍ରହଣ କରିଶୋଭା ବର୍ଦ୍ଧନ କରିଥିଲେ ବର୍ଷୀୟାନ ଲେଖକ କବି ସୁକୁମାର ଦାସ , ଲେଖକ ପ୍ରକାଶକ ଓଡ଼ିଆ ସାହିତ୍ୟ ଏକାଡେମୀ ର ସଦସ୍ୟ କାଳୀପଦ ପଣ୍ଡା , ଦେବଜାନି ରାୟ , ଯୋଗଗୁରୁ ସନାତନ ମହାକୁଡ଼ ଏଵଂ ଫିରୋଜ କୁମାର ପଟେଲ । ଛତିଶଗଡ଼ରୁ ବିଶିଷ୍ଟ ହିନ୍ଦି କବି ଗୋବିନ୍ଦ ପାଲ୍ , ଗୁଜରାଟ ରୁ ଇନ୍ଦ୍ରାଣୀ ନାଗ । ମନ୍ମଥ ନାଥ ଦାସ , ମନୋଜା ଦିତ୍ତ ଦାସ ମହାପାତ୍ର , ଅରବିନ୍ଦ ମାଇତୀ ପ୍ରମୁଖ ମାତ୍ରୁ ଭାଷା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ଉକ୍ତ ଦିବସରେ ଭାଷା ଲାଗି ବାଂଲା ଦେଶରେ ସଂଘଟିତ ରକ୍ତପାତର ସଂଗ୍ରାମ ସମ୍ପକରେ ଆଲୋକ ପାତ କରିଥିଲେ ଓ ଏହାର ତାତ୍ପର୍ଯ୍ୟ ନେଇ ଆଲୋଚନା କରିଥିଲେ । ସଂସ୍କୃତ କବିତା ପାଠ କରିଥିଲେଡ଼ ଗଗନ ଚନ୍ଦ୍ର ଦେ ଡ଼ ନର ନାରାୟଣ ଦାଶ , ଇଂରାଜୀ କବିତା ପାଠ କରି ମୋହିତ କରି ଥିଲେ ନାଗାଲାଣ୍ଡ ରୁ ଡ଼ ପ୍ରିୟ ରଂଜନ ଦାସ ଏବଂ ପୁରୀରୁ ସ୍କୁଲ ଛାତ୍ରୀ ଶ୍ରେୟା ଶେଫାଳି । ଏହି ବହୁଭାଷୀ କବିତା ଆସର ମହାକୁମ୍ଭରେ ଭାଷା ଭିତ୍ତିକ ଆଦାନପ୍ରଦାନ ଏବଂ ଦେଶଦେଶ ମଧ୍ୟରେ ସୁସଂପର୍କ ସ୍ଥାପନ ସୋଇପାରିବ ବୋଲି କଥାକାର ଓ ଆଲୋଚକମାନେ ମତ ପ୍ରକାଶ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପସ୍ଥିତ ରହି ଆସରର ଆଗେଇ ନେଇଥିଲେ ,ଡା ଅଲୋକନାଥ୍ ମିଶ୍ର ,ସୁଶାନ୍ତ୍ ସାହୁ ,ପୁତୁଲ୍ ମାଇତି , ପିଉଲି ନନ୍ଦ , ବର୍ଣ୍ଣାଲି ରାୟ ପ୍ରଧାନ , ଗୌତମ ପାତ୍ର , ବାଞ୍ଛା ନିଧି ସ୍ୱାଇଁ, ତପନ କୁମାର ରଞ୍ଜିତ,ଗୌତମ ପ୍ରାମାଣିକ, ପ୍ରଦୀପ କୁମାର ଜେନା, ଆଶୁତୋଷ ଦାସ ସମେତ ଅନେକ ସାହିତ୍ୟ ଅନୁରାଗି । ଏଇ ଭବ୍ୟ ଅନ ଲାଇନ ସହ ଅଫ ଲାଇନ ଅନୁଷ୍ଠାନରେ ପଦ୍ମ ଲୋଚୋନ୍ କରନଙ୍କ ବଙ୍ଗଳା ଭାଷାରେ ଲିଖିତ ଉପନ୍ୟାସ ଏଵଂ ରମେଶ ଚନ୍ଦ୍ର ଜେନାଙ୍କ ଲିଖିତ କବିତା ଉନ୍ମୋଚିତ ହୋଇଥିଲା । ପତ୍ରିକାର ସଂପାଦକ ବରୁଣ କୁମାର ଦାସ , ବିଭିନ୍ନ ପ୍ରାନ୍ତରୁ ପ୍ରକlଶିତ ଖବର କାଗଜ , ରାମନଗର କଲେଜରେ ଅଧ୍ୟକ୍ଷ ଡ଼ ଅନ୍ତନ ମୋହନ ମିଶ୍ର , ସଂଚାଳିକା ଡ଼ ଲିପିକା ପଣ୍ଡା, ଡ଼ ହିମାଂଶୁ ବର୍ମନ , ଅୟିଶ୍ୱର୍ଯା ରୂପା ମଜୁମଦାର , ରାଜେଶ ପାତ୍ର ସହ ସମସ୍ତ କର୍ମକର୍ତ୍ତା ଏବଂ ଆସରରେ ଅଂଶଗ୍ରହଣ କରିଥିବା ସମସ୍ତ ସାହିତ୍ୟାନୁରାଗୀ ତଥା ଭାଷା ପ୍ରେମୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସୁଭାଷ – କାନାଇଙ୍କ ଯୋଡ଼ିଙ୍କ ସୁମଧୁର ଗୀତ ସହ ଅନୁଷ୍ଠାନର ସମାପ୍ତି ଘଟିଥିଲା ।

Comments are closed.