ପୋଲସରା : ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପୋଲସରା ଖଣ୍ଡ ଅନ୍ତର୍ଗତ ଚି.ଶାସନ ଶ୍ରୀ ତୁମ୍ବେଶ୍ଵର ପ୍ରଭାତ ଶାଖାରେ ବିଜୟା ଦଶମୀ (ସଂଘ ପ୍ରତିଷ୍ଠା )ଉଚ୍ଛବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଉକ୍ତ ଗ୍ରାମର ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜେନା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସଂଘର ଘୁମୁଶର ଜିଲ୍ଲା ସମ୍ପର୍କ ପ୍ରମୁଖ ଶ୍ରୀ ଅମୂଲ୍ୟ କୁମାର ସାହୁ ଯୋଗଦେଇ ,ସଂଘର ୧୦୦ ବର୍ଷ ନିରବଚ୍ଛିନ୍ନ ଯାତ୍ରାର ଉପଲବଧି ବିଷୟରେ ଉପସ୍ଥିତ ସ୍ଵୟଂସେବକମାନଙ୍କୁ ଆଶ୍ରୀବଚନ ପ୍ରଦାନ କରିଥିଲେ । ସେହି ଗ୍ରାମର ସମସ୍ତ ସ୍ଵୟଂସେବକ ଉପସ୍ଥିତ ଥିଲେ ,ଶେଷରେ ସଂଘର ଗଣବେଶ ପରିଧାନ ପୂର୍ବକ ଭାରତ ମତାକୀ ଜୟ ନାରା ଦେଇ ସମସ୍ତେ ବାଇକରେ ଗ୍ରାମ ପରିକ୍ରମା କରିଥିଲେ ।