ଭୁବନେଶ୍ବର: ବାଣୀବିହାର ଛାତ୍ର ସଂସଦ ନିର୍ବାଚନର ସଫଳ ନାୟକ, ଯାହାର ନିର୍ବାଚନ ପରିଚାଳନା ତଥା ଫଳାଫଳ ସବୁବେଳେ ବିଜୟ ଆଣି ଦେଇଥାଏ ସିଏ ହେଉଛନ୍ତି ପୂର୍ବତନ ଛାତ୍ର ସଂସଦ ସଭାପତି ଡ଼ଃ ପ୍ରକାଶ ତ୍ରିପାଠୀ। ୧୯୯୫ ମସିହାରେ ବାଣୀବିହାରରେ ମ୍ୟାଥମେଟିକସ ରେ ତାଙ୍କର ପ୍ରଥମ ପିଜି। ତା ପରେ ଷ୍ଟାଟିଷ୍ଟିକ ପିଜି। ସିଏ ତାଙ୍କର ରାଜନୈତିକ କାର୍ଯ୍ୟକଳାପ ୧୯୯୮ ମସିହାରେ ବାଣୀବିହାରରେ ଆରମ୍ଭ କରିଥିଲେ। ୧୯୯୮ ମସିହାରେ ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ନେତୃତ୍ୱରେ ବାଣୀବିହାର ନିର୍ବାଚନରେ ଛାତ୍ର କଂଗ୍ରେସରୁ ସଭାପତି ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରି ୫୦୦ ରୁ ଉର୍ଦ୍ଧ ଭୋଟରେ ସେତେବେଳର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୁପୁତ୍ର ସ୍ବର୍ଗତ ସଂଗ୍ରାମ କେଶରୀ ଜେନାଙ୍କୁ ହରାଇ ଥିଲେ। ତାପର ଠାରୁ ବାଣୀବିହାର ନିର୍ବାଚନ ଦାୟିତ୍ୱ ପ୍ରକାଶଙ୍କ କାନ୍ଧରେ ଶ୍ରୀ ମହାପାତ୍ର ନ୍ୟସ୍ତ କଲେ । ୧୯୯୮ ରୁ ୨୦୧୪ ପର୍ଯ୍ୟନ୍ତ ବାଣୀବିହାର ନିର୍ବାଚନ ଓ ପରିଚାଳନା କାମ କଂଗ୍ରେସ ତରଫରୁ ପ୍ରକାଶ ତ୍ରିପାଠୀ ବୁଝିଲେ ଓ ତାଙ୍କର ସଫଳ ନିର୍ବାଚନ ପରିଚାଳନା ଓ ଗୋଟି ଚାଳନା ଯୋଗୁଁ ସେ ସମସ୍ତ ନିର୍ଵାଚନରେ ଛାତ୍ର କଂଗ୍ରେସକୁ ଶତ ପ୍ରତିଶତ ବିଜୟୀ କରାଉଥିଲେ। ସମୟକ୍ରମେ ୨୦୧୪ ମସିହାରେ ସେ ବିଜୁ ଜନତା ଦଳରେ ଯୋଗ ଦେବାପରେ ପ୍ରଥମଥର ପାଇଁ ବିଜୁ ଛାତ୍ର ଜନତା ଦଳ ବାଣୀବିହାର ନିର୍ବାଚନରେ ବିଜୟୀ ହେଲା ଓ ତତ୍କାଳ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ପ୍ରଥମ ଥର ପାଇଁ ବାଣୀବିହାର ଛାତ୍ର ସଂସଦ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଲେ , ତାପରେ ୨୦୧୬ ଓ ୧୭ ନିର୍ବାଚନ ଦାୟିତ୍ୱ ତାଙ୍କ କାନ୍ଧରେ ରହିଲା ଓ ପୁଣି ବିଜୁ ଛାତ୍ର ଜନତା ଦଳ ବାଣୀବିହାରରେ ବାଜିମାତ କଲା। ପରବର୍ତୀ ସମୟରେ ତତ୍କାଳ ବିଜୁ ଜନତା ଦଳ ବିଭିନ୍ନ ଆଳ ଦେଖାଇ ଛାତ୍ରମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ଛଡାଇ ନେଲା। ଓ ନିର୍ବାଚନକୁ ବନ୍ଦ କରିଦେଲା। ବର୍ତମାନର ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ବାଚନରେ ଦେଇଥିବା ପ୍ରତିଶୃତି ଅନୁସାରେ ସାରା ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ କାରବାକୁ ଏକ ଯୁଗାନ୍ତକାରି ପଦକ୍ଷେପ ନେଲେ ଓ ଛାତ୍ର ମାନଙ୍କୁ ତାଙ୍କର ନେତୃତ୍ୱ ବିକାଶ କରିବାର ଅଧିକାର ଫେରାଇଦେଲେ। ଚଳିତ ନିର୍ବାଚନ ପୂର୍ବରୁ ଡ଼ଃ ପ୍ରକାଶ ତ୍ରିପାଠୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ଓ ପୁଣି ଥରେ ବାଣୀବିହାର ଛାତ୍ର ନିର୍ବାଚନ ପରିଚାଳନା ଦାୟିତ୍ୱ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଭାପତି ଓ ସମ୍ପାଦକ ଓ ଅନ୍ୟ ପ୍ରାର୍ଥୀ ମାନକୁ ଏକ ବୃହତ ଭୋଟ ବ୍ୟବଧାନରେ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କଲେ । ତାଙ୍କର ସଫଳ ଗୋଟି ଚାଳନା ପାଇଁ ଆଜି ବାଣୀବିହାରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବିଜୟୀ ହୋଇ ନୂଆ ରେକର୍ଡ ସୃଷ୍ଟି କଲା। ଏବେ ବାଣୀବିହାରରେ ସମସ୍ତ ଶିକ୍ଷକ, କର୍ମଚାରୀ ଓ ପୁରାତନ ଛାତ୍ର ଓ ବର୍ତମାନର ଛାତ୍ର ମାନଙ୍କ ମୁହଁରେ ଗୋଟିଏ କଥା “#ବାଣୀବିହାରର ଚାଣକ୍ୟ#” ହେଉଛନ୍ତି ପ୍ରକାଶ ତ୍ରିପାଠୀ। ସିଏ ଯୋଉ ଦଳରେ ରହିଲେ ସେ ଦଳ ଇଲେକ୍ସନ ଜିତିଲା. ନିର୍ବାଚନର ଅଙ୍କ ତାଙ୍କୁ ବେଶ ଜଣା। ତାଙ୍କ ଅଙ୍କ କଷା ଆଗରେ ସବୁ ଫେଲ । ତାଙ୍କର ସଫଳତା ଶତ ପ୍ରତିଶତ । ଦୀର୍ଘ ୨୮ ବର୍ଷ ହେଲା ସେ ବାଣୀବିହାରର ପାଣି ପବନ ଓ ମାଟିଗୋଡି ସହିତ ଜଡିତ ଓ ସମସ୍ତଙ୍କ ସୁଖ ଦୁଃଖରେ ସାଥି ହୁଅନ୍ତି, ସିଏ ଛାତ୍ର ହଉ କି କର୍ମଚାରୀ କି ଅଧ୍ୟାପକ, ସମସ୍ତେ ତାଙ୍କୁ ଚାଣକ୍ୟ ବୋଲି କହୁଛନ୍ତି। ପ୍ରକାଶଙ୍କ ଗଣିତ ଆଗରେ ସମସ୍ତେ ଧରାଶାୟୀ। ଆଗାମୀ ଦିନରେ ସେ ବାଣୀବିହାରର ବିକାଶ କରିବାକୁ ଓ ଅଧ୍ୟାପକ, କର୍ମଚାରୀ ନିଯୁକ୍ତି ସହିତ ସାମଗ୍ରିକ ବିକାଶ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବେ ବୋଲି ପ୍ରତିଶୃତିରେ କହିଛନ୍ତି। ତାଙ୍କ ଅଙ୍କ କଷା ଆଗରେ ଅନ୍ୟ ସବୁ ଅଙ୍କ ଭୁଲ ହେଇଗଲା।