ସଫେଇ କର୍ମଚାରୀଙ୍କୁ ଶୀତ ବସ୍ତ୍ର ପ୍ରଦାନ ।

0

 ବ୍ରହ୍ମପୁର : ସାନ ଓ ନୀଳ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ରାଉତପେଣ୍ଠା ସାହି ସ୍ଥିତ ଶ୍ରୀ ରଘୁନାଥ ମନ୍ଦିର କଲ୍ୟାଣ ମଣ୍ଡପରେ ସମସ୍ତ ସଫେଇ କର୍ମଚାରୀଙ୍କୁ ଓ ଅନ୍ୟ ନିରୀହ ଲୋକଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି। ସାନ ଓ ନୀଳ ଫାଉଣ୍ଡେସନର ଅଧ୍ୟକ୍ଷ ପି. ଧର୍ମା ରାଓ, ଉପ ସଭାପତି ଏସ.ଚିଟ୍ଟୀ ବାବୁ, ସଦସ୍ୟ ଏସ ସୁଶୀଳା ଦେବୀ, ଶମୀର ସିଂ, ଦୁର୍ଗାପ୍ରାସାଦ ଆଚlରୀ, ସମାଜ ସେବୀ ତ୍ରିନାଥ ମହାରଣା, ପୂର୍ଣ୍ଣ ଚନ୍ଦ୍ର ସାହୁ, ଦିଗାମ୍ବର ସାହୁ, ମଙ୍ଗୁଳୁ ନାୟକ ଉପସ୍ଥିତ ଥିଲେ।

ଧର୍ମା ରାଓ କହିଥିଲେ ଯେ, ଗତ ଦୁଇ ମାସ ହେଲା ସହରର ବିଭିନ୍ନ ସ୍ଥାନରେ ଶୀତ ବସ୍ତ୍ର ଗରିବ ଓ ନିରୀହ ଲୋକଙ୍କୁ ବଣ୍ଟନ କରାଯାଇଛି। ବ୍ରହ୍ମପୁରର ବିଭିନ୍ନ ୱାର୍ଡର ସଫାଇ କର୍ମଚାରୀଙ୍କୁ ଦିଆଯାଇଛି। ଆଗାମୀ ଦିନରେ ମଧ୍ୟ ଏ ସେବା କାର୍ଯ୍ୟ ଚାଲିବ ଓ ଗରିବ ନିଷ୍ପେସିତ ବ୍ୟକ୍ତି ବିଶେଷଙ୍କ ସେବା ପାଇଁ ଆମେ ପ୍ରତିଶ୍ରୁତି ବଦ୍ଧ। ତ୍ରିନାଥ ମହାରଣା ସଂଘ ଚଳାଇଥିବା ସମସ୍ତ ସେବା କାର୍ଯ୍ୟକୁ ସମସ୍ତଙ୍କୁ ଅବଗତ କରାଇବା ସହ ଏସ ଚିଟ୍ଟୀ ବାବୁ ଧନ୍ୟବାଦ ଅର୍ପଣ କରିଛନ୍ତ

Leave A Reply

Your email address will not be published.