ସଚିବଙ୍କ ଜିଲ୍ଲା ଗସ୍ତରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି : ମୋହନ ମାଝୀ

ଭୁବନେଶ୍ବର: ଗୃହ ବାହାରେ ବିରୋଧୀଦଳ ମୂଖ୍ୟ ସଚେତକ ମୋହନ ଚରଣ ମାଝୀ ସୋମବାର କହିଛନ୍ତି ସଚିବଙ୍କ ଜିଲ୍ଲା ଗସ୍ତରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏ ସଂକ୍ରାନ୍ତରେ ବିଜେପି ସଦସ୍ୟମାନେ ପ୍ରଶ୍ନ ପଚାରିଥିବା ବେଳେ ରିଜେକ୍ଟ କରାଯାଇଛି। ମୁଲତବି ପ୍ରସ୍ତାବ ବି ଗ୍ରହଣ କରାଯାଇନାହିଁ କି ପୂର୍ବରୁ ଅବଗତ କରାଯାଇ ନାହିଁ। ଗଣତନ୍ତ୍ରର ହତ୍ୟା କରାଯାଇଥିବା ଅଭିଯୋଗ କରିଛି ବିଜେପି ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ବିବୃତ୍ତି ରଖିବା ଅବସରରେ କହିଥିଲେ ଯେ, ଗତ ସାଢେ ତିନି ବର୍ଷ ମଧ୍ୟରେ ଆମେ ହେଲିକପ୍ଟର ବ୍ୟବହାରରେ ୪୦ କୋଟି ଟଙ୍କା ଖର୍ଚ୍ଚ କରିଛୁ। ହାରାହାରୀ ଭାବରେ ପ୍ରତି ମାସରେ ହେଲିକପ୍ଟର ବ୍ୟବହାର ବାବଦକୁ ଏକ କୋଟିରୁ ଦେଢ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଗତ ୬ ମାସ ମଧ୍ୟରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବ୍ୟାପକ ଭାବରେ ହେଲିକପ୍ଟର ବ୍ୟବହାର କରାଯାଇଛି, ଯାହାର କି ହାରାହାରି ଖର୍ଚ୍ଚ ମାସ ପିଚ୍ଛା କୋଟିଏ ରୁ ଦେଢ କୋଟି ଟଙ୍କା ମଧ୍ୟରେ ହୋଇଛି । ହେଲିକପ୍ଟର ବ୍ୟବହାରରେ ମାତ୍ରାଧିକ ଖର୍ଚ୍ଚ ସଂକ୍ରାନ୍ତୀୟ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ଅଭିସନ୍ଧିମୂଳକ।

ବିଧାନସଭା ଅଧିବେଶନ ପରିପ୍ରେକ୍ଷୀରେ ବିଜେଡି ବିଧାୟିକା ଦୀପାଳି ଦାସ କହିଛନ୍ତି ୫୫ ନମ୍ବର ଜାତୀୟ ରାଜପଥର ଅବସ୍ଥା ଅତ୍ୟନ୍ତ ସଙ୍ଗୀନ ହୋଇପଡ଼ିଛି। ପଶ୍ଚିମ ଓଡ଼ିଶାରୁ କଟକକୁ ସଂଯୋଗ କରୁଥିବା ଏହି ରାଜପଥରେ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ସଂସଦରେ ବିଜେଡି ଏ ପ୍ରସଙ୍ଗ ଉଠାଇ ଥିଲେ ବି କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହାନ୍ତି।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି ବିଜେଡି-ବିଜେପି ଏକ। ଆଲୋଚନା ପାଇଁ ଅନେକ ପ୍ରସଙ୍ଗ ରହିଥିଲା। ଶିକ୍ଷକଙ୍କ ସମସ୍ୟାଠୁ ଆରମ୍ଭ କରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଥିଲା। ଆଲୋଚନା ହେଲେ ସରକାରଙ୍କ ଦୋଷ ଦୁର୍ବଳତା ପଦାରେ ପଡ଼ିଯିବ ବୋଲି ଉଭୟ ବିଜେଡି- ବିଜେପି ମିଶି ଗୃହକୁ ଅଚଳ କରୁଛନ୍ତି।

Comments are closed.