ବୌଦ୍ଧ: ବୌଦ୍ଧଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଯୁବକଙ୍କ ମୃତ୍ୟୁ ପରେ ବ୍ୟବଛେଦ ପାଇଁ ପରିବାରଲୋକ ରାଜି ହୋଇନଥିଲେ। ଫଳରେ ଚିକିତ୍ସାଳୟ ପକ୍ଷରୁ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇନଥିଲା। ତେଣୁ ଦୀର୍ଘ ସମୟ ଧରି ଚିକିତ୍ସାଳୟ ସମ୍ମୁୁଖରେ ମୃତଦେହ ପଡିରହିଥିବା ଦେଖାଯାଇଥିଲା। ସୂଚନା ମୁତାବକ ବୌଦ୍ଧବ୍ଲକ ତେତେଲେଙ୍ଗା ଗ୍ରାମର ପୋଲସ୍ତି ବାଘଙ୍କ ଛାତିରେ ଯନ୍ତ୍ରଣା ହେବାପରେ ପରିବାରଲୋକ ସୋମବାର ପ୍ରତ୍ୟୁଷରୁ ବୌଦ୍ଧ ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ ଡାକ୍ତର ଦେଖିବା ପରେ ପୁଲିସଙ୍କୁ ମୃତ ଘୋଷଣା କରିଥିଲେ। ପରିବାରଲୋକ ମୃତଦେହକୁ ସତ୍କାର ପାଇଁ ନେବାକୁ ଚାହୁଁଥିବାବେଳେ ଚିକିତ୍ସାଳୟ କର୍ତ୍ତୃପକ୍ଷ ପୁଲିସ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ମୃତଦେହ ଛଡାଯାଇପାରିବନାହିଁ ବୋଲି ଜଣାଇଥିଲେ। ଚିଦୀର୍ଘ ସମୟ ପର୍ଯ୍ୟନ୍ତ ପୁଲିସ ନଆସିବାରୁ ମୃତଦେହ ପଡି ରହିଥିଲା। ବ୍ୟବଛେଦ ପରେ ମୃତଦେହ ହସ୍ତାନ୍ତର ହେବ ବୋଲି ଚିକିତ୍ସାଳୟ ପକ୍ଷରୁ ସୂଚନା ଦିଆଯିବାପରେ ଏହାକୁ ନେଇ ଉପସ୍ଥିତ ଲୋକମାନେ ପାଟିତୁଣ୍ଡ ଆରମ୍ଭ କରିଥିଲେ। ମୃତଦେହ ବ୍ୟବଛେଦ ପାଇଁ ପରିବାରଲୋକ ରାଜି ନଥିବା ଜଣାଯାଇଥିଲା। ଏଣେ ଦୀର୍ଘ ସମୟ ଧରି ଚିକିତ୍ସାଳୟ ପରିସରରେ ମୃତଦେହଟି ପଡିରହିବା ଯୋଗୁଁ ଏହା ଚିକିତ୍ସାଳୟର ରୋଗୀସେବାକୁ ପ୍ରଭାବିତ କରିବା ସହିତ ସାଧାରଣଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶେଷରେ ପୁଲିସ ପକ୍ଷରୁ ପରିସ୍ଥିତିକୁ ନିୟନ୍ତ୍ରଣ କରାଯିବା ସହିତ ମୃତଦେହକୁ ବ୍ୟବଛେଦ ପାଇଁ ପଠାଯାଇଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି।
Sign in
Sign in
Recover your password.
A password will be e-mailed to you.
Comments are closed.