ଲଣ୍ଡନ: ଇଂଲଣ୍ଡର ଜୋ ରୁଟ୍ ଟେଷ୍ଟ କ୍ରିକେଟରେ ୧୪,୦୦୦ ରନ ପୂରଣ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟର ଶନିବାର ଚତୁର୍ଥ ଦିବସରେ ଦ୍ବିତୀୟ ଇନିଂସରେ ୨୪ରନ କରିବା ପରେ ରୁଟ୍ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ରୁଟ୍ ବିଶ୍ବର ଦ୍ବିତୀୟ ବ୍ୟାଟ୍ସମ୍ୟାନ ଭାବେ ଟେଷ୍ଟ କ୍ରିକେଟରେ ୧୪,୦୦୦ ରନ ପୂରଣ କରିଛନ୍ତି। ସଚିନ ତେନ୍ଦୁଲକର ୨୭୯ଟି ଇନିଂସରୁ ସର୍ବାଧିକ ୧୫,୯୨୧ରନ କରିଛନ୍ତି। ୨୦୧୨ରେ ଟେଷ୍ଟ ପଦାର୍ପଣ କରିଥିବା ୩୬ ବର୍ଷୀୟ ରୁଟ୍ ୧୬୫ଟି ଇନିଂସରୁ ୫୦.୭୭ ଆଭରେଜରେ ୪୧ଟି ଶତକ ଓ ୬୬ଟି ଅର୍ଦ୍ଧଶତକ ସହ ୧୪,୦୦୦ରନ ପୂରଣ କରିଛନ୍ତି। ଏହା ପଛକୁ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୧୬୮ଟି ଇନିଂସରୁ ୧୩,୩୭୮ରନ ସହ ୩ୟ, ଦକ୍ଷିଣ ଆଫ୍ରିକାର ଜ୍ୟାକ କାଲିସ ୧୬୬ଟି ଇନିଂସରୁ ୧୩,୨୮୯ରନ ସହ ୪ର୍ଥ ଓ ରାହୁଲ ଦ୍ରାବିଡ଼ ୧୬୪ଟି ଇନିଂସରୁ ୧୩.୨୮୮ରନ କରି ୫ମ ସ୍ଥାନରେ ରହିଛନ୍ତି।
Comments are closed.