ଚେନ୍ନଇ: ଆଫଗାନିସ୍ତାନ ବିପକ୍ଷ ଶନିବାର ଶେଷ ଦିନିକିଆରେ ଭାରତୀୟ ଓପନର ରୋହିତ ଶର୍ମା ଓ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣଙ୍କ ଯୋଡ଼ି ବିରଳ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ଭାରତର ୧୦୭୮ଟି ଦିନିକିଆ ଇତିହାସରେ ପ୍ରଥମଥର ଜଣେ ବୋଲରଙ୍କ ପ୍ରଥମ ୩ଟି କ୍ୟାଚକୁ ଜଣେ ଫିଲଡର ନିର୍ଦିଷ୍ଟ ସ୍ଥାନରେ ଧରିବାରେ ସଫଳ ହୋଇଛନ୍ତି। ଯାହା ପୂର୍ବରୁ ଭାରତୀୟ ଦିନିକିଆ କ୍ରିକେଟରେ କେବେ ଦେଖିବାକୁ ମିଳିନଥିଲା। ପ୍ରସିଦ୍ଧ କୃଷ୍ଣ ଆଫଗାନିସ୍ତାନର ପ୍ରଥମ ୪ଟି ୱିକେଟ ନେଇଥିଲେ। ସେଥିମଧ୍ୟରୁ ପ୍ରଥମ ୩ଟି ୱିକେଟକୁ ସ୍ଳିପରେ ରୋହିତ ଶର୍ମାଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ। ପ୍ରସିଦ୍ଧଙ୍କ ବଲରେ ରହମନୁଲ୍ଲା ଗୁର୍ବାଜ ୫, ରେହମତ ଶାହା ୫ ଓ ଇବ୍ରାହିମ ଜର୍ଡାନ ୧୧ରନ କରି ରୋହିତଙ୍କ ହାତରେ ସ୍ଲିପରେ କ୍ୟାଚଆଉଟ୍ ହୋଇଥିଲେ। ପ୍ରସିଦ୍ଧ ଉକ୍ତ ମ୍ୟାଚରେ ୮.୨ ଓଭର ବୋଲିଂ କରି ୨୩ରନରେ ୫ଟି ୱିକେଟ ନେଇଥିଲେ। ପୂର୍ବରୁ ଦିନିକିଆରେ ୨୦୦୪ରେ ଜିମ୍ବାୱେ ବିପକ୍ଷରେ ପର୍ଥରେ ଇର୍ଫାନ ପଠାନଙ୍କ ବୋଲିଂେର ଭିଭିଏସ୍ ଲକ୍ଷ୍ମଣ ଓ ୨୦୧୮ରେ ଦୁବାଇରେ ବାଂଲାଦେଶ ବିପକ୍ଷରେ ଯଶପ୍ରୀତ ବୁମରାଙ୍କ ବୋଲିଂରେ ଶିଖର ଧାୱନ ୩ଟି ଲେଖାଏଁ କ୍ୟାଚ ଭିନ୍ନଭିନ୍ନ ସ୍ଥାନରେ ଧରିଥିଲେ ।
Sign in
Sign in
Recover your password.
A password will be e-mailed to you.
Comments are closed.