ରୋଚକ ହେଉଛି ଧାମନଗର ରାଜନୀତି । ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଉପରେ ସମସ୍ତଙ୍କ ନଜର ।

ବିଜେଡିର ବିଦ୍ରୋହୀ ନେତା ରାଜୁ ଦାସ ସ୍ୱାଧୀନ ପ୍ରାର୍ଥୀ ହେବା ପରେ ରୋଚକ ହେଉଛି ଧାମନଗର ରାଜନୀତି । ଏବେ ବିରୋଧୀ ଦଳ ପ୍ରାର୍ଥୀ ବିଜେପି ଓ କଂଗ୍ରେସକୁ ନେଇ ଯେତିକି ଚର୍ଚ୍ଚା ହେଉନି ବିଦ୍ରୋହୀ ପ୍ରାର୍ଥୀ ରାଜୁ ଦାସ ଓ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ନେଇ ସେତିକି ଚର୍ଚ୍ଚା ହେଉଛି । ଅନ୍ୟପଟେ ରାଜୁ ଦାସ କହିଛନ୍ତି, କୌଣସି ପରିସ୍ଥିତିରେ ବି ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ ନାହିଁ ।

  • ରାଜେନ୍ଦ୍ର ଦାସ ବନାମ ଅବନ୍ତୀ ଦାସ
  • ରୋଚକ ହେବାରେ ଲାଗିଛି ଧାମନଗର ରାଜନୀତିଧାମନଗର ଉପନିର୍ବାଚନରେ ବିଜେପି-ବିଜେଡି-କଂଗ୍ରେସ ପ୍ରାର୍ଥୀକୁ ନେଇ ଯେତିକି ଆଲୋଚନା ହେଉ ନାହିଁ, ତା’ଠାରୁ ଅଧିକ ଚର୍ଚ୍ଚା ହେଉଛି ବିଜେଡି ବନାମ ବିଜେଡିକୁ ନେଇ । ଅର୍ଥାତ୍ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଏବଂ ଟିକେଟ ନମିଳିବା ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସୋମବାର ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ । ଏହା ପରେ ସ୍ପଷ୍ଟ ହୋଇଯିବ କିପରି ରୂପନେବ ଧାମନଗର ଲଢ଼େଇ । ଏପଟେ ରାଜେନ୍ଦ୍ର ଦାସ କହିଛନ୍ତି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ପ୍ରଶ୍ନ ଉଠୁନାହିଁ ।

    ଯଦି ରାଜେନ୍ଦ୍ର ଦାସ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନକରନ୍ତି, ତେବେ ଧାମନଗର ଉପନିର୍ବାଚନରେ ୪ ଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ଶାସକ ଦଳର ଅଙ୍କ ବିଗିଡ଼ିଯିବା ଆଶଙ୍କା ରହିଛି । ଏପଟେ ଶୁଣିବାକୁ ମିଳୁଛି, ରାଜେନ୍ଦ୍ର ଦାସଙ୍କୁ ମନାଇବା ପାଇଁ ଜୋରଦାର ଉଦ୍ୟମ କରୁଛି ବିଜେଡି । ଅନ୍ୟପଟେ ଏହି ସ୍ଥିତିରୁ ଫାଇଦା ଉଠାଇବାକୁ ଉଦ୍ୟମ ଆରମ୍ଭ କରିଛି ବିଜେଡି । ତେବେ ରାଜେନ୍ଦ୍ର ଦାସ କହିଛନ୍ତି, ସେ ଲୋକଙ୍କ ସୁଖଦୁଃଖରେ ଛିଡା ହୋଇଆସିଛନ୍ତି ଏବଂ ସ୍ୱାଭିମାନ ପାଇଁ ନିର୍ବାଚନ ଲଢୁଛନ୍ତି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ସହ ଲୋକାଭିମୁଖୀ କାର୍ଯ୍ୟ ତାଙ୍କୁ ବିଜୟୀ କରାଇବ ।

    ଧାମନଗର ନିର୍ବାଚନ ମଇଦାନ ସରଗରମ ହେବାରେ ଲାଗିଛି । ବାପା ବିଷ୍ଣୁ ସେଠୀଙ୍କ ଲୋକପ୍ରିୟତା ଏବଂ ତାଙ୍କର ଅବର୍ତମାନରେ ସୃଷ୍ଟି ହୋଇଥିବା ସମବେଦନା ଉପରେ ଭରସା କରିଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ମଧ୍ୟ ଏଥର ବିଜୟୀ ହେବେ ବୋଲି ଆଶା ବାନ୍ଧିଛନ୍ତି ।

Comments are closed.