କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ମେଲଣ: ପ୍ରବଳ ଜନସମାଗମ

ଆଜି କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ମେଲଣ ଅନୁଷ୍ଠିତ ହେଉଛି । ପୂର୍ବାହ୍ନ ପ୍ରାୟ ୧୨ଟାରେ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ମେଲଣ ପଡିଆକୁ ଯିବା ଉଦେଶ୍ୟରେ ସହରର ବିଭିନ୍ନ ପୂଜା ମଣ୍ଡପରୁ ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ ମେଢ ବାହାରିବା ଆରମ୍ଭ ହୋଇଯାଇଛି । ବିଗତ ଦୁଇବର୍ଷ ଧରି କୋନା କଟକଣା ଯୋଗୁଁ ମାଙ୍କ ମେଲଣ ଭଷାଣି ପ୍ରଭୃତି ବନ୍ଦ ରହିଥିବାରୁ ଚଳିତ ବର୍ଷ ମାଙ୍କ ମେଲଣ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିବା ଦେଖିବାକୁ ମିଳିଛି । ବିଗତ ୪ଦିନ ଧରି ବିଭିନ୍ନ ପୂଜା ମଣ୍ଡପରେ ମେଲୋଡି ତଥା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ପ୍ରବଳ ଜନଗହଳି ବା ଭିଡ ପରିଲକ୍ଷିତ ହୋଇଥିଲା । ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଡିଜେ ବାଜାରେ ସାରା ସହର ପ୍ରକମ୍ପିତ ହେଉଛି । ଏଦିଗରେ ପୋଲିସ କିମ୍ବା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାରେ ଫେଲ ମାରିଛି । ବହୁ ଗୁରୁତର ଏବଂ ହୃଦରୋଗୀ ମାନେ ଡିଜେ ସାଉଣ୍ଡର ଆବାଜରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହେଉଛି ।

ସହରରେ ପୂଜା ପାଉଥିବା ୬୯ଟି ଗଜଲକ୍ଷ୍ମୀ ମେଢ ଓ ଅନ୍ୟାନ୍ୟ ମେଢକୁ ୩ଟିି ବର୍ଗରେ ବିଭକ୍ତ କରାଯାଇଛି । ସେଥିମଧ୍ୟରୁ ’ ଶ୍ରେଣୀ ମେଢ ୧୨ଟି, ‘ଶ୍ରେଣୀ ମେଢ ୨୩ଟି ଓ ’ ଶ୍ରେଣୀ ମେଢ ୩୪ଟି ରହିଛି  । ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏବଂ ମେଢ ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୧୯ଜଣ ମ୍ୟାଜିଷ୍ଟ୍ରେଟଙ୍କୁ ଅବସ୍ଥାପିତ କରାଯାଇଛି । ୯ଟି ସମ୍ବେଦନଶୀଳ ମେଢ ପାଖରେ ମଧ୍ୟ ଆବଶ୍ୟକ ପୋଲିସ ସୁରକ୍ଷା ବଳ ମୃତୟନ କରାଯାଇଛି । ୩ଜଣ ଡିଏସପିଙ୍କ ସମେତ ଇନିସପେକ୍ଟରସବଇନିସପେକ୍ଟର ୨୨ପ୍ଲାଟୁନ ପୋଲିସ ଫୋର୍ସ ଧରି ଦାୟିତ୍ୱ ନିର୍ବାହ କରୁୁଛନ୍ତି । ପୋଲିସ କର୍ମଚାରୀଙ୍କୁ ଭିଡିଓଗ୍ରାଫି ଦାୟୀତ୍ୱରେ ରଖାଯାଇଥିବା ବେଳେ ସାଧା ପୋଷାକରେ ମଧ୍ୟ ପୋଲିସ କର୍ମଚାରୀ ଭିଡ ଭିତରେ ବୁଲୁଛନ୍ତି । ଏ ସବୁ କାର୍ଯ୍ୟ ତଦାରଖ ପାଇଁ ଜଣେ ଅତିରିକ୍ତ ଏସପି୯ଜଣ ଡିଏସପି୧୭ଜଣ ଇନିସପେକ୍ଟର ଓ ୨୯ଜଣ ସବଇନିସପେକ୍ଟରଙ୍କୁ ଦାୟିତ୍ୱ ନିର୍ବାହ କରୁଛନ୍ତି । ତିନିମୁହାଣୀଗରାପୁର ଡାକବଙ୍ଗଳା ଛକନୂଆବସଷ୍ଟାଣ୍ଡପୁରୁଣା ବସଷ୍ଟାଣ୍ଡବଡହାଟ ଓ କେଶପୁର ବଜାରରେ ସମୁଦାୟ ୬ଟି ଅସ୍ଥାୟୀ ଫାଣ୍ଡି ଖୋଲାଯାଇ ସହରର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଉଛି ।

Comments are closed.