ଉପାନ୍ତ ପ୍ରହରୀଙ୍କ ଦ୍ୱାରା ‘କଥାମୃତ’ ପୁସ୍ତିକା ଉନ୍ମୋଚନ ।

0

ଗଜପତି, ତା.୩୧.୦୭.୨୦୨୬:(ମନୋଜ ପାଢ଼ୀ)-: ସମାଜସେବୀ ଲେଖକ ଶ୍ରୀ ଲାଜର ଲିମାଙ୍କ ରଚିତ ‘କଥାମ୍ବୃତ’ ପୁସ୍ତିକା ଆଜି ଗଜପତି ଜିଲ୍ଲାର ଉପାନ୍ତ ପ୍ରହରୀ ଶ୍ରୀ ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର(ଓ.ଏ.ଏସ)(୧)ଅବସର ପ୍ରାପ୍ତ ତହସିଲ୍ ଦାର୍ ,ବରିଷ୍ଠ ସମାଜସେବୀ ଓ ଇତିହାସ ଲେଖକଙ୍କ କର କମଳରେ ଉନ୍ମୋଚିତ ହୋଇ ଯାଇଛି। ଏହି କାର୍ଯ୍ୟ କ୍ରମରେ ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷାବିତ୍ ଶ୍ରୀମତି ଆଶାଲତା ପାଣିଗ୍ରାହୀ, ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ବିଚିତ୍ରl ନନ୍ଦ ବେବର୍ତ୍ତା , ଶିକ୍ଷାବିତ୍ ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢି,ଶିକ୍ଷାବିତ୍ ଶ୍ରୀ ବିନୋଦ ଚନ୍ଦ୍ର ଜେନାଙ୍କ ଉପସ୍ଥିତରେ ଉନ୍ମୋଚନ କରାଯାଇଥିଲା
ଏହି ଅବସରରେ ଶ୍ରୀ ମହାପାତ୍ର କହିଥିଲେ ଯେ, ପୁସ୍ତିକାରେ ସ୍ଥାନ ପାଇଥିବା ବିଷୟବସ୍ତୁ ଆଜିର ଯୁବପିଢ଼ୀଙ୍କୁ ସଠିକ୍ ଜୀବନଦର୍ଶନ ପ୍ରଦାନ କରିବା ସହ ଶୃଙ୍ଖଳିତ, ସଂସ୍କାରୀ ଓ ନୈତିକ ମୂଲ୍ୟବୋଧସମ୍ପନ୍ନ ଜୀବନଯାପନ ପାଇଁ ପ୍ରେରଣା ଦେବ । ଏହା ଏକ ଆଦର୍ଶ ପରିବାର ଓ ସୁସ୍ଥ ସମାଜ ଗଠନରେ ମଧ୍ୟ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଥିଲେ।
ସେ ଆହୁରି କହିଥିଲେ ଯେ, ‘କଥାମ୍ବୃତ’ ପରି ପ୍ରେରଣାଦାୟକ ପୁସ୍ତିକାର ବ୍ୟାପକ ପ୍ରଚାର ଓ ପ୍ରସାର ହେଲେ ଆଗାମୀ ଯୁବପିଢ଼ୀ ଏକ ଆଦର୍ଶ, ଶୃଙ୍ଖଳିତ ଓ ଦାୟିତ୍ୱବାନ ସମାଜ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବେ। ଲେଖକ ଶ୍ରୀ ଲାଜର ଲିମାଙ୍କ ଏହି ସାମାଜିକ ଓ ସାହିତ୍ୟିକ ପ୍ରୟାସକୁ ସେ ଉଚ୍ଚ ପ୍ରଶଂସା କରିବା ସହ ଭବିଷ୍ୟତରେ ମଧ୍ୟ ଏଭଳି ମୂଲ୍ୟବୋଧଭିତ୍ତିକ ପୁସ୍ତକ ରଚନା କରି ସମାଜକୁ ସଠିକ୍ ଦିଗଦର୍ଶନ ଦେବାକୁ ଉତ୍ସାହିତ କରିଥିଲେ। ଉପସ୍ଥିତ ବୁଦ୍ଧିଜୀବୀ ଓ ଅତିଥିମାନେ ମଧ୍ୟ ପୁସ୍ତିକାଟି ଯୁବସମାଜ ପାଇ ପଥପ୍ରଦର୍ଶକରେ ସାବ୍ୟସ୍ତ ହେବ ବୋଲି ଆଶା ପ୍ରକାଶ କରିଥିଲେ।

Leave A Reply

Your email address will not be published.