ରାଣୀ ଏଲିଜାବେଥ୍‌ଙ୍କ କଫିନ୍‌ ଦେଖିବାକୁ ଧାଡ଼ିବାନ୍ଧି ୧୩ ଘଣ୍ଟା ଅପେକ୍ଷା କଲେ ଇଂଲଣ୍ଡର୍‌ର ପୂର୍ବତନ କ୍ୟାପ୍‌ଟେନ୍‌ ଡେଭିଡ୍‌ ବେକ୍‌ହାମ୍‌

ଲଣ୍ଡନ୍‌: ଶୁକ୍ରବାର ଦିନ ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ଶେଷ ଦର୍ଶନ ନିମନ୍ତେ ହଜାର ହଜାର ଲୋକଙ୍କ ଗହଣରେ ଇଂଲଣ୍ଡ୍‌ ଫୁଟ୍‌ବଲ୍‌ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍‌ ଡେଭିଡ୍‌ ବେକ୍‌ହାମ୍‌ ୧୩ଘଣ୍ଟାରୁ ଊର୍ଦ୍ଧ୍ବକାଳ ଅପେକ୍ଷା କରିଥିଲେ।

ରାତି ୨.୧୫ରେ ଧାଡ଼ି ବାନ୍ଧିଥିବା କଥା ‘ମାଞ୍ଚେଷ୍ଟର୍‌ ୟୁ‌ନାଇଟେଡ୍‌’ ଏବଂ ‘ରିୟଲ୍‌ ମାର୍ଡିଡ୍‌’ର ପୂର୍ବତନ ମିଡ୍‌ଫିଲ୍‌ଡର୍‌ ଡେଭିଡ୍‌ ବେକ୍‌ହାମ୍‌ କହିଛନ୍ତି।

ସାମ୍ବାଦିକମାନଙ୍କ ସହିତ ଆଳାପ କରିବା ବ‌େଳେ ସେ କହିଛନ୍ତି, ରାଣୀଙ୍କର ଆଚମ୍ବିତକାରୀ ଜୀବନ ପାଳନ କରିବାକୁ ଲୋକେ ଏକତ୍ର ହୋଇଛନ୍ତି। ଏଭଳି ମୁହୂର୍ତ୍ତ ସଭିଏଁ ମିଳିମିଶି ପାଳନ କରିବା ଉଚିତ।

ରାଣୀଙ୍କ ଶେଷ ଦର୍ଶନ ନିମନ୍ତେ ସକ୍ରିୟ ରହିବା ଲାଗି ସାଥିରେ ଧାଡ଼ିବାନ୍ଧି ଥିବା ଲୋକମାନଙ୍କୁ ବେକ୍‌ହାମ୍‌ ତେଲଭାଜି, ମିଷ୍ଟାନ୍ନ ଓ ଡୁନଟ୍‌ କେକ୍‌ ଖାଇବାକୁ ପରାମର୍ଶ ଦେଇଥିଲେ।

ୱେଷ୍ଟ୍‌ମିନ୍‌ଷ୍ଟର୍‌ ହଲ୍‌ରେ ରାଣୀଙ୍କ କଫିନ୍‌ ଦେଖିବାକୁ ଅପେକ୍ଷା କରିଥିବା ବେକ୍‌ହାମ୍‌ଙ୍କ ଆଖିରେ ଲୁହ ଜକେଇ ଆସୁଥିବା ଭିଡିଓରେ ଦେଖାଯାଉଛି। ପୂର୍ବରୁ ସେ ଅନେକ ଥର ରାଣୀଙ୍କୁ ଭେଟିଥିଲେ।

ଅପରାହ୍ଣ ପ୍ରାୟ ୩.୨୫ ବେଳକୁ ଇଂଲଣ୍ଡ୍‌ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍‌ ଡେଭିଡ୍‌ ରାଣୀଙ୍କ ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରିବାକୁ ସମର୍ଥ ହୋଇଥିଲେ। କ୍ଷଣିକ ପାଇଁ ବେକ୍‌ହାମ୍‌ ଆଖିବୁଜି ନତମସ୍ତକ ହୋଇଥିଲେ।

Comments are closed.