ରୁଷ୍‌ରେ ପହଞ୍ଚିଲେ ଆମେରିକା ପ୍ରତିନିଧି ଦଳ କିଭ୍‌ ଉପରେ ଆକ୍ରମଣ ବନ୍ଦ କଲେ ପୁଟିନ

0

ମସ୍କୋ: ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧର ଅବସାନ ପାଇଁ ଆମେରିକା ତରଫରୁ ଉଦ୍ୟମ ଆରମ୍ଭ ହୋଇଛି। ଶନିବାର ଆମେରିକାର ଏକ ପ୍ରତିନିଧି ମଣ୍ଡଳ ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ଯୁଦ୍ଧ ବନ୍ଦ କରିବା ନେଇ ଆଲୋଚନା କରିବାକୁ ମସ୍କୋରେ ପହଞ୍ଚିଛନ୍ତି।ଅନ୍ୟପକ୍ଷରେ ଯୁଦ୍ଧ ବନ୍ଦ ଆଲୋଚନା ପାଇଁ ଆମେରିକା ପ୍ରତିନିଧି ମଣ୍ଡଳ ରୁଷ୍‌ରେ ପହଞ୍ଚିବା ପରେ କିଭ୍‌ ଉପରେ ୩ ଦିନ ପର୍ଯ୍ୟନ୍ତ କୌଣସି ପ୍ରକାର ଆକ୍ରମଣ ନ କରିବାକୁ ସେନାକୁ ନିର୍ଦେଶ ଦେଇଛନ୍ତି ପୁଟିନ। ଆମେରିକା ପ୍ରତିନିଧି ଦଳରେ ଷ୍ଟିଭ୍‌ ୱିଟକଫ୍‌ ଓ ଜାରେଡ୍‌ କୁସନର ଅଛନ୍ତି। ସେମାନେ ଯୁଦ୍ଧ ଅବସାନ ନେଇ ପୁଟିନଙ୍କ ସହ ଆଲୋଚନା କରିବେ। ପୁଟିନଙ୍କ ସହ ଆଲୋଚନା କରିବା ପରେ ଏହି ପ୍ରତିନିଧି ଦଳ ରବିବାର ୟୁକ୍ରେନ୍‌ ଯାଇ ସେଠାକାର ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।ଅନ୍ୟ ଏକ ଘଟଣାକ୍ରମରେ ଶୁକ୍ରବାର ବିଳମ୍ବିତ ରାତିରେ ରୁଷ୍‌ ସେନା ତରଫରୁ କିଭ୍‌ ଓ ବୋରିସ୍‌ପିଲ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଆକ୍ରମଣ କରାଯାଇଥିବା ବେଳେ ଏଥିରେ ୫ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି। ରୁଷ୍‌ ତରଫରୁ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଯୋଗେ ଆକ୍ରମଣ କରାଯାଇଥିଲା। ଏହାର ଜବାବରେ ୟୁକ୍ରେନ୍‌ ତରଫରୁ ରୁଷ୍‌ର ବିଭିନ୍ନ ତୈଳ ଡିପୋ ଉପରେ ଡ୍ରୋନ ଯୋଗେ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.