ଭୁବନେଶ୍ବର: ରାଜ୍ୟରେ ଏଲପିଜି ସିଲିଣ୍ଡର କଳାବଜାରୀ ଓ ବେଆଇନ ମହଜୁଦ ବିରୋଧରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ ଅଭିଯାନ ଜାରି ରହିଛି। ଏହି ରାଜ୍ୟବ୍ୟାପୀ ଅଭିଯାନରେ ଏପର୍ଯ୍ୟନ୍ତ ୮,୪୩୪ଟି ଏଲପିଜି ସିଲିଣ୍ଡର ଜବତ କରାଯାଇଥିବା ବେଳେ କଳାବଜାରୀ ଅଭିଯୋଗରେ ୯ ଜଣଙ୍କୁ ଗିରଫ କରାଯାଇଛି। ବିଭାଗୀୟ ସୂଚନା ଅନୁସାରେ, ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୩,୮୧୦ଟି ସ୍ଥାନରେ ଆକସ୍ମିକ ଚଢ଼ାଉ କରିଥିଲା। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା ଆଇନଗତ ପଦକ୍ଷେପ ସ୍ୱରୂପ ୪୬ଟି ଏଫ୍ଆଇଆର୍ ରୁଜୁ କରାଯିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅଧୀନରେ ୪୯୬ଟି ମାମଲା ଦାୟର କରାଯାଇଛି। ପୋଲିସ ଏପର୍ଯ୍ୟନ୍ତ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ବେଆଇନ କାରବାର ସମ୍ପୂର୍ଣ୍ଣ ବନ୍ଦ କରିବା ଏବଂ ସାଧାରଣ ଉପଭୋକ୍ତାଙ୍କୁ ସିଲିଣ୍ଡର ଯୋଗାଣ ସୁନିଶ୍ଚିତ କରିବା ପାଇଁ ଆଗାମୀ ଦିନରେ ଏହି ଚଢ଼ାଉ ଆହୁରି କଡ଼ାକଡ଼ି କରାଯିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
Sign in
Sign in
Recover your password.
A password will be e-mailed to you.